କବିତା

ଚକ୍ରବ୍ୟୁହରେ ପ୍ରେମିକା

Prasanta Kumar Behera's odia poem Chakrabyuhare Premikaa

ବାରମ୍ବାର ମୋ ମନକୁ
ହତ୍ୟାକରି ଚାଲିଛ
ସବୁ ସ୍ଥିତିରେ
ମୁଁ ପାଲଟି ଯାଇଛି
ଗୋଟେ ପରାଜିତ ଓ
ଲାଞ୍ଛିତ ନାରୀ ।

ଚକ୍ରବ୍ୟୁହରେ ପ୍ରେମିକା

-: ପୂର୍ବରୁ :-

ମୋ ଭଲ ପାଇବାକୁ
ସତରେ କଣ ତମେ
ସନ୍ଦେହ କଲ ?
ସବୁ ବାହାନା ବୋଲି
ଏମିତି କେମିତି
ମୁକ୍ତ କଣ୍ଠରେ କହିପାରିଲ ?
କେତେ ଆଉ
ମୋ ନାରୀତ୍ୱର
ଅବମାନା କରିଥିଲେ
ତମେ ଖୁସି ହୋଉଥାନ୍ତ ?

ବାରମ୍ବାର ମୋ ମନକୁ
ହତ୍ୟାକରି ଚାଲିଛ
ସବୁ ସ୍ଥିତିରେ
ମୁଁ ପାଲଟି ଯାଇଛି
ଗୋଟେ ପରାଜିତ ଓ
ଲାଞ୍ଛିତ ନାରୀ ।
ତଥାପି ଖୁବ୍ ବୁଝାଇଛି
ନିଜକୁ ଆଉ ମୋ ମନକୁ
ଏବେ କିନ୍ତୁ ସମ୍ପୂର୍ଣ୍ଣ ପରାସ୍ତ ।

ତମେ ପରା କହ
ଦିଆ ନିଆରେ
ବିଶ୍ୱାସ ରଖୁଥିବା ଆଉ
ବଞ୍ଚୁଥିବା ଲୋକ
କୁଆଡେ ପ୍ରେମର
ଗଭୀରତା ଭିତରକୁ
ଯାଇ ପାରେନା ?
କେବଳ ସର୍ତ୍ତରେ
ଜିଉଁଥିବା ଲୋକ ଠାରୁ
ଭଲ ଲୋକ କାଳେ କାଳେ
କୁଆଡେ ଦୂରାଇଯାଇ ଥାଏ ?
ସେଥି ପାଇଁ ତ କହୁଛି
ଗୋଟେ ଭଲ ଓ ଦାମିକା
ମନକୁ ପାଇବି
ତମେ ରଖି ପାରିଲନି
ସମ୍ଭାଳିକି,
ହରାଇଦେଲ ତାକୁ
ସବୁଦିନ ପାଇଁ ।

ମନର ମର୍ମକୁ
ବୁଝୁନ କିପରି ?
ମୋ ଆବେଗ ଓ ଅସ୍ଥିତ୍ୱ
ସବୁ ଯେଉଁଠି ମୂଲ୍ୟହୀନ
ସେଠି ମୋ ଉପସ୍ଥିତିର
ଅବା କି ଆବଶ୍ୟକ ?
ତମେ ଦେଖିବ
ଈଶ୍ୱର ନିଶ୍ଚେ ଦିନେ
ସବୁ ସଠିକ୍
ହିସାବ କରିବେ,
ଏମିତି ଅନ୍ୟାୟ ଭାବରେ
ଧୋକା ଦେଇ
କେହି କଣ କେବେ
ଶାନ୍ତି ପାଇ ପାରିଛି କି ?

 

ତାପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top