ସତରେ ତମେ
ଏମିତି ବି
ଚକ୍ରବ୍ୟୁହ ରଚିପାର ?
ଏମିତି କେମିତି
ସୁନ୍ଦର ମନୋମୁଗ୍ଧକର
ଶବ୍ଦ ମାନଙ୍କର ଜାଲ
ଅହରହ ବୁଣିପାର ?
ସେଇ ମାୟାର
ପଞ୍ଜୁରି ଭିତରେ
ମୋତେ ପରା
ଛନ୍ଦି ଦେଇଛ ।
ମୁଁ ତ ଏବେ ବନ୍ଦୀ
ମୁକୁଳିବାର କିଛି
ବି, ଜୁ ନାହିଁ
କି ବାଟ ନାହିଁ ।
ତୀବ୍ର ଭଲପାଇବାର
ସକଳ ଅନୁଭୁତି
ମୋ ହୃଦୟ ଭିତରେ
ଭରିଦେଇ
କେମିତି ଏସବୁ ଭୁଲିଗଲ ?
ମୁଁ ତ କିଛି ଭୁଲିନି
କି ମରିବାଯାଏ ବି
ଭୁଲି ପାରିବିନି ।
ତୁମେ ପରା କହ
ପବିତ୍ରତା ଥିଲେ
ସମ୍ପର୍କ ଚିରସ୍ଥାୟୀ
ଆଉ ପାପ ଥିଲେ
ସେ ସମ୍ପର୍କ କୁଆଡେ
କ୍ଷଣସ୍ଥାୟୀ ?
– ତା’ପରେ –