ମାୟାବିନୀ ପ୍ରେମିକା ସେ
ପ୍ରେୟସୀର ମହତ୍ତ୍ୱ ଅବା
କେମନ୍ତେ ବୁଝନ୍ତା,
ସ୍ୱପ୍ନରେ ତୋଳିଦିଏ ସେ
ଅସଂକ୍ଷ ତାରା
ଏଲୋରା ରୁ ଅଜନ୍ତା ।
ମରୁରେ ବାରି
ଭ୍ରମ ସେ ଯେ
ସ୍ୱରୂପା ମରୀଚିକା ,
ଜୀବନ ସଂଗିନୀ
ନୂହେଁ ସେ ଯେ
ଏକ ମିଥ୍ୟା ପ୍ରହେଳିକା ।
ସେ କେବେ ଜାଣେନା
ତ୍ୟାଗ ଓ ସର୍ମପଣ ଭାବ
ଜୀବନସଂଗିନୀର,
ସେ ଅବିଳମ୍ବେ
ନେଈ ପାରେ ରୂପ
ଅଙ୍କଶାୟିନୀର ।
ସେ ରୋମାଞ୍ଚିତ ଅସ୍ତିତ୍ୱ
ବିନା ଦ୍ୱିଧାରେ ସାଜିପାରେ
ଶଯ୍ୟାସଂଗିନୀ,
ସେ କାହୁଁ ବୁଝିବ
ମଧୁକ୍ଷରା ସଂସାରର
ବନ୍ଧନ ମୋହକୁ ?
ସେ କେବେ ଜାଣେନା
ପବିତ୍ର ପ୍ରେମର
ଉଛୁଳା କୋହକୁ,
ତାର ଉପଲବ୍ଧି ନାହିଁତ
ଐଶ୍ୱରୀକ ପ୍ରେମର
ହୃଦୟ ଭର୍ତ୍ତି ସତ୍ତାକୁ ।
ତାର କ’ଣ ବା ଯାଏ ଆସେ
ପ୍ରେମିକର ହୃଦୟରେ
ଜମାଟ ବାନ୍ଧିଥିବା ପ୍ରେମରେ,
ତାର ତ କେବଳ
ଏକମାତ୍ର ଆକର୍ଷଣ
ତୁଚ୍ଛା ପ୍ରଣୟରେ, ଦେହ ମିଳନରେ ।
ସେ ମୋହିନୀ
ଛଳନାମୟୀ କୁହୁକିନୀ
ପୁରୁଷତ୍ୱକୁ ଆକର୍ଷଣ କରିବାରେ
ସେ ଏକ ପ୍ରହେଳିକା
କାଳିମାର ସ୍ରୋତ
ମୋ ଜୀବନ ଗତିପଥରେ ।