କବିତା

ତୁଳସୀର ମାନ

Dr Kalpana Mallick's odia poem Tulasira Maana

ସକାଳ ଧୂପରେ ଅବା
ସଞ୍ଜର ଦୀପରେ
ବଡ଼ସିଂହାରର
ଗୀତ ଗୋବିନ୍ଦରେ

ତୁଳସୀର ମାନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସୁଖରେ ହେଉ ଅବା
ଦୁଃଖରେ ହେଉ
ତମ ସହ ଦେଖା ହୁଅନ୍ତା କି
ଥରେ ସ୍ୱପ୍ନରେ ଅବା
ନିରୋଳା ବେଳରେ
ସକାଳ ଧୂପରେ ଅବା
ସଞ୍ଜର ଦୀପରେ
ବଡ଼ସିଂହାରର
ଗୀତ ଗୋବିନ୍ଦରେ
ଅବା ଓଁ କାର ଧ୍ୱନିରେ ,
ତୁମକୁ ଛୁଇଁ ହୁଅନ୍ତାନି ଥରେ
ରକ୍ତ କଣିକାରେ
ଚିନ୍ତା ଆଉ ଚେତନାରେ

ଅସରନ୍ତି ଆବେଗ ଭିତରେ
ତେଜସ୍ଵିନୀ ମନର ଛନ୍ଦରେ
ଖାସ ଥରୁଟିଏ ପାଇଁ ।।
ତୁମେ କି ବୁଝନି ପ୍ରଭୁ
ନୀରବ ବେଦନା ଆମ
ନୀରବ କଷଣ
କନ୍ଦରାସୁରକୁ ମାରି
ସୁରକ୍ଷିତ କରିଥିଲ
ସବୁରି ଜୀବନ
ରଖିଥିଲ ତୁଳସୀର ମାନ
କିନ୍ତୁ ଦେଖ
ଅନେକ କନ୍ଦରା ଏଠି

ଅସୁରକ୍ଷିତ ଧାନ ଓ ଜୀବନ
ଶହ ଶହ ତୁଳସୀଙ୍କ କରୁଣ କ୍ରନ୍ଦନେ
ଭରିଯାଏ ଗଗନ ପବନ
ନୀରବ କାହିଁକି ପ୍ରଭୁ
ଆହେ ଶଙ୍କର୍ଷଣ
ହଳ ଆଉ ମୂଷଳ ଧାରରେ
ଦୂର କର
ଏ ଅଭାବୀ ବେଳର କଷଣ
ଠାରେ ପ୍ରଭୁ ପ୍ରକଟିତ ହୁଅ
ଖାସ ଥରୁଟିଏ ପାଇଁ
ଦୂର ହେଉ ଅଜ୍ଞାନ ଅନ୍ଧାର
ରହୁ ପ୍ରଭୁ ମାନ ତୁଳସୀର ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top