ହିଂସା ଦ୍ଵେଷେ ଅମାନୁଷିକ କର୍ମେ ଜଡ଼ିତ
ଅକ୍ଷମ ମଣିଷ ହେବାକୁ ଦୋଷ ମୁକ୍ତ
ଭୀତ ତ୍ରସ୍ତ ଘରେ ଘରେ ଆଜି ଏ ଦୁନିଆ
ଅକସ୍ମାତ ଭେଟି ଅଜଣା ରାକ୍ଷସ କରୋନା
ସୁଯୋଗ ପାଇ ରଚିଛି ଦୁଷ୍କର ତାଣ୍ଡବ
ହୋଇଛି ସମୟ ଆସନ୍ନ କରୋନା ବିନାଶ ସମ୍ଭବ
ନିର୍ଘୟି ଆକ୍ରାନ୍ତେ ଅସୁମାରୀ ପ୍ରାଣୀ ହେଲେଣି ମୃତ
ତ୍ରାହିମାଂ ତ୍ରାହି କରୁଣ ଚିତ୍କାରେ କମ୍ପଇ ଜଗତ
ମର୍ତ୍ତ୍ୟେ ଆଜି ଋଷି ମହର୍ଷି ଜ୍ଞାନି ବିଜ୍ଞାନି ହୋଇ ଏକ ମନ
ଆପୋଶେ ବିମର୍ଷ ଖୋଜି କରି ପାଇବାକୁ ସମସ୍ୟାର ସମାଧାନ
ଅନ୍ୟଥା ହେବ ପ୍ରତିକାର, ବିଶ୍ୱକର୍ମା ନେଇ ପୁନଃ ଅବତାର
ରଖିବେ ସତ୍ୟ ସ୍ୱବଚନ
“ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ ।
ଧର୍ମସଂସ୍ଥାପନାର୍ଥାୟ ସମ୍ଭୱାମି ୟୁଗେ ୟୁଗେ ।।”
“ଅବତରି ଦୁଷ୍ଟ ନିବାରି ସନ୍ଥପାଳି
ନିଶ୍ଚିନ୍ତ ରହିବା ରକ୍ଷା କରିବେ ଶ୍ରୀ ହରି ।”
କରୋନା ରୁ ମୁକ୍ତି ସମ୍ଭାବନା
ଲେଖିଛନ୍ତି
“ପରିତ୍ରାଣାୟ ସାଧୂନାଂ ବିନାଶାୟ ଚ ଦୁଷ୍କୃତାମ୍ ।
ଧର୍ମସଂସ୍ଥାପନାର୍ଥାୟ ସମ୍ଭୱାମି ୟୁଗେ ୟୁଗେ ।।”
