ସଂଜ ଆସିଲେ
ଥୟ ହୋଇପାରେ ନାହିଁ
ଛୁଟି ଆସେ ତୁମର ପାଖକୁ
ତୁମର ହସ ଟିକିଏର ପାଇଁ
ତୁମ ଅଧରକୁ ଚୁମିବା ପାଇଁକି
ଲୁଚି ଛୁଟି ଆସେ
ଅଜଣାରେ ସମସ୍ତଙ୍କ ।
ତୁମର ପାଖକୁ
ସଂଜ ସହ ମୁଁ ଆସିଯାଏ
କାଲି ସକାଳେ ତୁଷାର ଆସିବ
ସମସ୍ତେ ଜାଣିନେବେ ମୋର ଆସିବାଟା
ସକାଳେ ଯେବେ ମୁଁ ଫେରିବି
ଆମ ଅନ୍ତରଙ୍ଗ କଥା ଜାଣିବେ ସମସ୍ତେ ।
ତୁଷାରରେ ପାଦ ଛାପ ପଡ଼ିଥିବ
ଆଉ କିଛି ଲୁଚିବ ତ ନାହିଁ
ସମସ୍ତେ ଜାଣିବେ ମୋର ଆସିବାଟା
ଜାଣନ୍ତୁ ସମସ୍ତେ
ହୃଦୟର ସହ ତୁମକୁ ପ୍ରେମ ଯେ କରୁଛି
ଆବିଳତା ନାହିଁ ବି ଟିକିଏ ।
ଡରି ଯାଉଛକି ତୁମେ
ତୁଷାରରେ ପାଦର ଛାପ ମୋ ପ୍ରେମର ପ୍ରତୀକ
ଜାଣନ୍ତୁ ସମସ୍ତେ
ତୁମେ ମୋ ହୃଦୟରେ ଅଛ
ଆଉ ସେଠି କେହିତ ନାହାନ୍ତି ।
ଡର ନାହିଁ ତୁମେ
ଛାଡ଼ି ଯିବି ନାହିଁ ତୁମକୁ ତ କେବେ
ସାରା ଜୀବନ ସାଙ୍ଗେ ଚାଲୁଥିବି ।
