କବିତା

ବିଦ୍ୟାଳୟ ନିରାପତ୍ତା

Gupteshwar Nanda's odia poem for children Bidyaalaya Nirapattaa

ଦଣ୍ଡ ମୁକ୍ତ ବୋଲି ହୋଇଛି ଲେଖା
ନାଚି ଖେଳି ଆମେ ପାଉଁଟି ଶିକ୍ଷା ।

ବିଦ୍ୟାଳୟ ନିରାପତ୍ତା

ଶୁଣ ଶୁଣ ମୋର ଭାଇ ଭଉଣୀ
ବଖାଣୁଛି ବିଦ୍ୟାଳୟ କାହାଣୀ ।

ପାଠ ପଢ଼ି ହେବା ଜଗତଜିତା
ଏଠି ଅଛି ଆମ ଯେ ନିରାପତ୍ତା ।

ଦେଖରେ ଆମର ସ୍କୁଲ ପାଚେରୀ
ପଶି ପାରିବେନି କେହି ବଇରୀ ।

ତା’ର ପରିବେଶ ସଫା ରଖିବା
ରୋଗ ଜୀବାଣୁକୁ ଦୁରେଇ ଦେବା ।

ଆବର୍ଜନା କୁଣ୍ଡ ଅଛି ଏଇଠି
ମଇଳାକୁ ନେଇ ପକା ସେଇଠି ।

ଦଣ୍ଡ ମୁକ୍ତ ବୋଲି ହୋଇଛି ଲେଖା
ନାଚି ଖେଳି ଆମେ ପାଉଁଟି ଶିକ୍ଷା ।

ନଳ କୂପ ଜଳ ଦେହକୁ ହିତ
ତାକୁ ପିଇ ଗାଉଁ ଜୀବନ ଗୀତ ।

କୃମି ରୋଗ ପୁଣି ଲୌହ ଅଭାବ
ନ ହେବା ପାଇଁକି ଖାଉଁ ଔଷଧ ।

ବିଦ୍ୟାଳୟ ଅଟେ ଆମ ମନ୍ଦିର
ଆଉ କିଛି ନାହିଁ ତା’ଠୁ ସୁନ୍ଦର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top