ଘର କରିଥିବୁ ସଂସାର୍ ଭିତରେ
ପଥର ପଡଲେ ସହେବୁ
ଜୀବନ ଟା ପରେ ସୁଖଦୁଖେ ଭରା
ଦୁହେଁକେ ନିଜର ଭାବବୁ ।
ସୁଖ ବେଲାକେ ସଭେଁ ସାଙ୍ଗସାଏଥ୍
ଦୁଖେ କରିଦେସନ୍ ପର
ଦୁଖର ରଗଡା ଗାଉଥିସି ସିଏ
ନିଜେ ଯେ ଏକଲା ନିଜର ।
ଦୁଖର ବୋଝଟା ଲେସି ହେଇଥିସି
ଆଏଁଖ ଦେଉଥିସି କହି
ମନର ଭିତର ଦୁଖର ଗୁମକା
ଲହେ ନ ଯାଉଥିସି ବହି ।
ସହେବା ଲୋକକେ କହେମାଁ ଧଏନ୍
ସତେ କାଏଁ ସେ ସୁଖବାସୀ
ହେନତା ମୁନୁଷ ସେ ଜଗତ ଜିତା
ଦୁଖେ ବି ଦେଉଥିସି ହସି ।।