ସମ୍ପର୍କ ଯେତେ ତା’ର
ଜନ୍ମ ରୁ ଯୌବନ ଯାଏ
ବନ୍ଧନ ର ଶୃଙ୍ଖଳ ଆଉ ମାୟା ର କାୟା ବିସ୍ତାର
ଛାଡ଼ିଚାଲେ ଆଜି କେଉଁ ଅମଡ଼ା ବାଟରେ
କାହା ପାଇଁ ବିଶ୍ୱାସ ଟିକିଏ କୁ ଆଶାବାଡି କରି,
ନୂଆ ଏକ ସରହଦ, ନୂଆ ଏକ ଜୀବନ
ଖୋଜିବାର ଦୁର୍ବାର ସ୍ୱପ୍ନ ରେ ସେ’ ବିଭୋର ।
ଜାଣେନା ସେ କିପରି ଜୀବନ
ପ୍ରୀତି ର ଗୋଲାପ ଫୁଟେ ସେଠି
ଅବା କଣ୍ଟା ଫୁଟି କ୍ଷତାକ୍ତ ହୁଏ ମନ
ନିମିଷେକରେ ସୁଖ ଲହଡି ଭାଙ୍ଗେ
ଅବା ଦିଗ ବିଦିଗ ବ୍ୟାପି ଦୁଃଖ ର ପାହାଡ଼ ।
ସଂସାର ର ଚଳନ୍ତି ନିୟମ ରେ
ବଦଳି ଯାଏ ଋତୁ, ଏଠି ବଦଳି ଯାଏ ସମ୍ପର୍କ ର ମାନେ,
ଆପଣା ର କେହି ପର କରିଯାଏ କେବେ
କିଏ ପୁଣି ହେଇଯାଏ ନିଶ୍ୱାସ ଭଳି ଏକାନ୍ତ ନିଜର
ସ୍ୱପ୍ନ ଠାରୁ ବାସ୍ତବତା ର ଅବଧି
କେଜାଣି ଏଠି କେତେ ଦୂର
ଦୂର ଦିଗବଳୟ ଭଳି ଅସୀମ
ଅବା ହାତ ପାଆନ୍ତା କେଉଁ
ମୁଠାଏ ମହକ ଭଳି
ଅତି ଆପଣ ର, ଏକାନ୍ତ ନିଜର ….