କବିତା

ଦୁର୍ଗତିନାଶିନୀ

Odia Author Dr Kalpana Mallick

ଅମୃତ ବେଳାଟେ ପାଇଁ
ସାଧବଟେ କାଢ଼ି ବସେ
ସାଧନା ପ୍ରସାଦ
ଅସତ୍ୟ ଉପରେ ସତ୍ୟର

ଦୁର୍ଗତିନାଶିନୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମାଆ ଆସିବା ଜାଣି
ଶରତ ଆକାଶ ବିଛାଇ ଦିଏ
ସଫେଦ ଚାଦର
ନଈପଠାରେ ମୁଣ୍ଡ ହଲାଇ ନାଚେ କାଶତଣ୍ଡୀ
ନୀଳ ନୀଳ ଜଳରାଶି
ଚିକ୍ ମିକ୍ କରୁଥାଏ ମୁକ୍ତା ଭଳି
ଶାରଦୀୟ ଜହ୍ନର ଛୁଆଁରେ
ମାଆ ଆସୁଛି ବୋଲି
ଚାରିଆଡ଼େ ସଜବାଜ
ନାନାରଙ୍ଗର ତୋରଣର
ଅସୁମାରି ଭେଟ
ଏମିତି ଏ
ଅମୃତ ବେଳାଟେ ପାଇଁ
ସାଧବଟେ କାଢ଼ି ବସେ
ସାଧନା ପ୍ରସାଦ
ଅସତ୍ୟ ଉପରେ ସତ୍ୟର
ଦୁଃଖ ଉପରେ ସୁଖର
ଅନ୍ଧାର ଉପରେ ଆଲୋକର
ଅଜ୍ଞାନତା ଉପରେ ଜ୍ଞାନର
ପରାଜୟ ଉପରେ ବିଜୟର
ରାଶି ରାଶି ଆହ୍ୱାନକୁ
ଗଣି ଗଣି ନେବା ଲାଗି
ପିଆସୀ ମଣିଷମାନେ
ମଥାପାତି ଆଶିଷ ଲୋଡ଼ନ୍ତି
ବିଶ୍ୱାସରେ ମାଆ ବୋଲି

ଡାକି ଦେଲେ ଥରେ
ସଜାଡ଼ି ହେଇଯାଏ
ଉଜୁଡ଼ା ଜୀବନ
ନୂଆ ଆଶା ସଞ୍ଚରିଯାଏ
ଆବେଗର ସୁନା ସକାଳରେ,
ହେଲେ ତବ ଆବାହନୀ
କାହିଁକି ଯନ୍ତ୍ରଣା ଦିଏ
ମାଆ ରୂପୀ କେତେ ଯେ
ଲଳନା ଏଠି
ଅବେଳରେ ଝଡ଼ିଯାନ୍ତି
ଶହ ଶହ ମହିଷାର
ନିଷ୍ଠୁର ପଣରେ
ପୋଡ଼ି ହୋଇ ପାଉଁଶ
ହୁଅନ୍ତି, କେଉଁ ପିଶାଚର
ପେଟ୍ରୋଲ ନିଆଁରେ
କାହିଁକି ଏ ଆଡ଼ମ୍ୱର ମାଆ
କେଉଁ ସ୍ମୃତିର ବୀଜମନ୍ତ୍ରରେ
ନିରାଜନା ମନ୍ତ୍ରଧ୍ୱନି
ଘଣ୍ଟ ଘଣ୍ଟା ନାମ ସଂକୀର୍ତ୍ତନ
ତୁମକୁ ଦେଖିଲେ ଲାଗେ
ତୁମ ଦେହେ ଯେତେ
ଚୁମ୍‌କି ଜରି ଆଉ ଜମ୍ବୁରା ରହିଛି
ସେଥିରେ ରକ୍ତର ଛିଟା ଆମରି ଲାଗିଛି
ଖାଲି ଆମରି ଲାଗିଛି ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top