କବିତା

ଦୁସ୍ଥ ରାଜନୀତି ହତାସ୍ ଛାତ୍ର

Saswati Pati's odia poem Dustha Raajaniti Hataas Chaatra

ରାଜନୀତିର ସେ ଅମୃତ ଆଶାରେ ଛାତ୍ର ସମାଜ ଧାଇଁଛି,
ମାତ୍ର ଅହିଂସାର ଚାପେ ଅମୃତ ଯେ ବିଷ ହୋଇଛି।

ଦୁସ୍ଥ ରାଜନୀତି ହତାସ୍ ଛାତ୍ର

ରାଜନୀତି ସେ ରାଜଉଆସରେ ସଭିଏଁ ଆଜି ଚର୍ଚ୍ଚିତ
ହିଂସା ପ୍ରତିହିଂସା ତାଡନାର ତେଜେ ସଭିଏଁ ଆଜି ଉନ୍ମୁତ୍ତ।

ପରିବର୍ତ୍ତନ ର ଦ୍ୱାହି ଦେଇ ଆଜି ଛାତ୍ର ମଧ୍ୟ ନିମଜ୍ଜିତ ,
ରାଜନୀତିର ସେ ଅଫିଟା ଫାନ୍ଦ ରୁ କେ କରିବ ତାଙ୍କୁ ମୁକ୍ତ ।

ରାଜନୀତିର ସେ କରାଳ ରାତିରେ ଛାତ୍ର ଆଜି ପଥଭ୍ରଷ୍ଟ ,
ରାଜନୀତିର ସେ ପଶାପାଲି ଖେଳ ଆଜି ବି ତାଙ୍କୁ ଅସ୍ପଷ୍ଟ।

ରାଜନୀତିର ସେ ଅମୃତ ଆଶାରେ ଛାତ୍ର ସମାଜ ଧାଇଁଛି,
ମାତ୍ର ଅହିଂସାର ଚାପେ ଅମୃତ ଯେ ବିଷ ହୋଇଛି।

ପିତା ମାତାଙ୍କର ଆଶାର କଳିକା ଆଜି,
ବୁଲୁଛନ୍ତି ଦେଖ ଦୁସ୍ଥ ରାଜନୀତି ମୁଖ୍ୟ ସଂପାଦକ ସାଜି।

ଶିକ୍ଷାର ମନ୍ଦିରେ ଶିକ୍ଷାତ ଗଲାଣି ଚୁଲିକୁ ,
ଶିକ୍ଷାର ମନ୍ଦିରେ ରାଜନୀତି ଚାଲେ ବଦଳିବା ପାଇଁ କାଲି କୁ।

ପ୍ରଚାର ନାଁ ରେ ଚାଲିଛି ଏଠି ଫାଷ୍ଟଫୁଡ୍ , ଗୁପଚୁପ୍ ବଣ୍ଟା,
ଫାଷ୍ଟ ୟର ଠାରୁ ଲାଷ୍ଟ ୟର ଯାଏଁ ସଭିଏଁ ଭିଡନ୍ତି ଅଣ୍ଟା ।

ଶିକ୍ଷକ ମରନ୍ତି ଆଜି ଛାତ୍ର ରାଜନୀତି ପାଇଁ,
ଧନ୍ୟ ରାଜନୀତି, ଧନ୍ୟ ଛାତ୍ରନେତା ସବୁ ତ ତୁମରି ପାଇଁ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top