ମୁଁ ଖୋଜୁଛି ବାଟ ଅଗଣାକୁ ଆଉ
ମୋ କବର କୁ ରାସ୍ତା ଲୋକ ଖୋଜିଲେଣି..
ନଈ ପାଣି ସୁଖୀ ବାଲି ଘର ଖେଳିଲା ବେଳକୁ
ବଢ଼ି ପାଣିର ଡର..
ବନ୍ଧୁ ତ ସିଏ ଯେ ଗାମୁଛା ବି ବାଣ୍ଟି ପିନ୍ଧେ..
ଏ ଦୁନିଆ ତ ବହୁତ କହିବ ..
ମୁଁ କାନ କାଇଁ ବନ୍ଦ କରିବି..??
ବାଟ ଭୁଲି ରାସ୍ତା ଖୋଜିବା ଅପେକ୍ଷା..
ନଈତୁଠ ପଥରରେ ଗୋଡ଼ ଘଷିବା ଭଲ.
ଆକାଶକୁ ଚାହିଁ ଛେପ ପକେଇବା ଯେ ଏତେ ମହଙ୍ଗା ପଡିବ…
ଠିକ ପୃଥିବୀକୁ ଗୋଇଠା ମାରିବା ଭଳି..
ଯୋଉଠି ହାତ ଉଠେଇଲେ ହତ୍ୟା ଆଉ ଚା କପ ରେ ଝଡ.
ଅଣ୍ଟି କାଟି ପାଦର ଅଳତା କଲେ ବି ପ୍ରେମିକା ପ୍ରତାରଣା ଦିଏ..
ଅଳିଆ ଗଦାର ଅଳିଆ ରୁ ହଜିଲା ଜିନିଷ ଖୋଜି.. କଣ ପାଇଛି..??
ଶସ୍ତା ଲୋଭ ଆଡ଼ରେ ଖାଲି ଯାହା ଜୀବନକୁ ବଞ୍ଚେଇ ରଖିଛି ।
ସଂଭୋଗ ର ସମ୍ଭାବନା ରେ ସମସ୍ତେ ଏକ ମୁହାଁ,
ମନ୍ଦିରର ନିରବ ମୂର୍ତ୍ତିର ବନ୍ଧୁ କିଏ କାଇଁ ହବ ?
କିଏ ପୁଜେ ଠିଆହେଇ ଥିବା ବିଷ୍ଣୁ
ତ କିଏ ଚାଦର ଚଢାଏ ସୋଇଥିବା କବର ଉପରେ ..
ତା ପାଇଂ ମୂର୍ତ୍ତିର ଗାଧୁଆ ପାଣି ଆଉ ତୋ ପାଇଁ ମଜାର ର ଧୁଆ ପାଣି ଯଦି ଭାରି ପବିତ୍ର,
ମନ୍ଦିର ଆଉ ମସଜିଦ ଭିତରେ ଫରକ କଣ ପାଇଁ ?
ତୋ ମୋ ଭିତରରେ ଫରକ କଣ ପାଇଁ ?
ଫରକ
ଲେଖିଛନ୍ତି
ବାଟ ଭୁଲି ରାସ୍ତା ଖୋଜିବା ଅପେକ୍ଷା..
ନଈତୁଠ ପଥରରେ ଗୋଡ଼ ଘଷିବା ଭଲ.
ଆକାଶକୁ ଚାହିଁ ଛେପ ପକେଇବା ଯେ ଏତେ ମହଙ୍ଗା ପଡିବ…
ଠିକ ପୃଥିବୀକୁ ଗୋଇଠା ମାରିବା ଭଳି..
