ପ୍ରକୃତି ଆମର ପ୍ରକୃତ ଜନନୀ
ବଂଚାଏ ଜୀବନ ସାରା
ପଂଚଭୂତେ ଗଢା ସବୁରି ଶରୀର
ପ୍ରକୃତି ଯୋଗୁଁ ଏ ଧରା (-୦-)
ପରିବେଶେ ଆମ ଧ୍ୟାନ ନାହିଁ ମୋଟେ
ଉନ୍ନତିର ଆଢୁଆଳ
ବରଷା ବତାସ ତାପମାତ୍ରା ବୃଦ୍ଧି
ଶିରେ ଦେଇ ହାତ ଭାଳ (-୧-)
ପ୍ରଜାପତି ଡେଣା ରଙ୍ଗ କଲା କିଏ
କୁଶଳୀ ସେ ଚିତ୍ରକର
ମୟୁର ପୁଛକୁ ସେଇ ସଜେଇଛି
କେତେ ଭଲ କାରିଗର? (-୨-)
ଗାଇ ଗୋବରରେ ଶୁଦ୍ଧତା ଭରିଛି
ଷଣ୍ଢର ଶିଙ୍ଗରେ ବଳ
ତାହାରି ନିର୍ଦ୍ଦେଶେ ମାଟିରୁଫଲୁଛି
ଭଳି ଭଳି ଫୁଲ ଫଳ (-୩-)
ଝରଣା ପାଣିରେ ସଂଗୀତ ଗୋଳିଛି
କଳକଳ ଗାଇ ବହେ
ଗୋଓଲ ଗୋଓଲ ଚକର ବୃତରେ
ଚାଲିଛେ ଆମେ ସଭିଏଁ (-୪-)
କୁକୁଡା ଅଣ୍ଡାରୁଚିଆଁ ଡିଆଁ ମାରି
ଖୋଜୁଛି ଖାଇବ ପୋକ
ଜୀବ ଜଗତର ପ୍ରଜନନ ଶୈଳୀ
ଦେଖିକି ଲୋକ ଆବାକ (-୫-)
ସବୁ ଜୀବ ଶୁଏ ସବୁଜୀବ ଖାଏ
ସଭିଏଁ କରନ୍ତି ରତି
ନିଜନିଜ ଛୁଆ ସ୍ନେହଁରେ ପାଳନ୍ତି
ଥାଏ ପରକିୟା ପ୍ରିତି (-୬-)
ମଣିଷ ଛୁଆଟି ଅତି ଚମତ୍କାର
ଦେଖିବ ଯାହା ଶିଖିବ
ବାଘୁଣୀ ପାଖରେ ଛାଡିଦେଲେ ତାକୁ
ବାଘ ପରି ଗରଜିବ (-୭-)
ପ୍ରକୃତି ସୁରକ୍ଷା ଆମରି ଦାୟୀତ୍ୱ
ସେଇ ମାଆ ଦଶଭୂଜା
ବରଷା ଋତୁରେ ଖାଲି ଯାଗା ଦେଖି
ଗଛ ପୋତି କର ପୂଜା (-୮-)
