କବିତା

ଗଛ ପୋତି କର ପୂଜା

Er Bidyadhar Panda's odia poem Gacha Poti Kara Poojaa

ପ୍ରକୃତି ସୁରକ୍ଷା ଆମରି ଦାୟୀତ୍ୱ
ସେଇ ମାଆ ଦଶଭୂଜା
ବରଷା ଋତୁରେ ଖାଲି ଯାଗା ଦେଖି
ଗଛ ପୋତି କର ପୂଜା

ଗଛ ପୋତି କର ପୂଜା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପ୍ରକୃତି ଆମର ପ୍ରକୃତ ଜନନୀ
ବଂଚାଏ ଜୀବନ ସାରା
ପଂଚଭୂତେ ଗଢା ସବୁରି ଶରୀର
ପ୍ରକୃତି ଯୋଗୁଁ ଏ ଧରା (-୦-)

ପରିବେଶେ ଆମ ଧ୍ୟାନ ନାହିଁ ମୋଟେ
ଉନ୍ନତିର ଆଢୁଆଳ
ବରଷା ବତାସ ତାପମାତ୍ରା ବୃଦ୍ଧି
ଶିରେ ଦେଇ ହାତ ଭାଳ (-୧-)

ପ୍ରଜାପତି ଡେଣା ରଙ୍ଗ କଲା କିଏ
କୁଶଳୀ ସେ ଚିତ୍ରକର
ମୟୁର ପୁଛକୁ ସେଇ ସଜେଇଛି
କେତେ ଭଲ କାରିଗର? (-୨-)

ଗାଇ ଗୋବରରେ ଶୁଦ୍ଧତା ଭରିଛି
ଷଣ୍ଢର ଶିଙ୍ଗରେ ବଳ
ତାହାରି ନିର୍ଦ୍ଦେଶେ ମାଟିରୁଫଲୁଛି
ଭଳି ଭଳି ଫୁଲ ଫଳ (-୩-)

ଝରଣା ପାଣିରେ ସଂଗୀତ ଗୋଳିଛି
କଳକଳ ଗାଇ ବହେ
ଗୋଓଲ ଗୋଓଲ ଚକର ବୃତରେ
ଚାଲିଛେ ଆମେ ସଭିଏଁ (-୪-)

କୁକୁଡା ଅଣ୍ଡାରୁଚିଆଁ ଡିଆଁ ମାରି
ଖୋଜୁଛି ଖାଇବ ପୋକ
ଜୀବ ଜଗତର ପ୍ରଜନନ ଶୈଳୀ
ଦେଖିକି ଲୋକ ଆବାକ (-୫-)

ସବୁ ଜୀବ ଶୁଏ ସବୁଜୀବ ଖାଏ
ସଭିଏଁ କରନ୍ତି ରତି
ନିଜନିଜ ଛୁଆ ସ୍ନେହଁରେ ପାଳନ୍ତି
ଥାଏ ପରକିୟା ପ୍ରିତି (-୬-)

ମଣିଷ ଛୁଆଟି ଅତି ଚମତ୍କାର
ଦେଖିବ ଯାହା ଶିଖିବ
ବାଘୁଣୀ ପାଖରେ ଛାଡିଦେଲେ ତାକୁ
ବାଘ ପରି ଗରଜିବ (-୭-)

ପ୍ରକୃତି ସୁରକ୍ଷା ଆମରି ଦାୟୀତ୍ୱ
ସେଇ ମାଆ ଦଶଭୂଜା
ବରଷା ଋତୁରେ ଖାଲି ଯାଗା ଦେଖି
ଗଛ ପୋତି କର ପୂଜା (-୮-)

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top