ଲୁଚିଗଲେ ଯେବେ ଜହ୍ନତାରା ବାଦଲ ବନେ,
କର୍କଶ କାକସୁରେ ଉଠିଲେ ଚେଇଁ
ଜଗତ ଜନେ,
ପୂରୁବ ଗଗନେ, କଅଁଳ ବଦନେ
ତେଜସ୍ୱିନୀ ଝଲସିଲା ଅଳସ ଭଗ୍ନେ ।
ନୂଆ ଜାମା ପରିଧାନେ, ଉତ୍ସାହିତ ମନେ,
ମଥାରେ ସଜାଇ ରିବନ୍ ଅତୀବ ଜତନେ
ତର ତରେ ଧାଇଁଲେ ପିଲେ,
ନିଜ ନିଜ ପାଠାଗାରେ,
ମଜ୍ଜିଯିବାକୁ ସେଇ
ପୂରୁବ କିରତୀ ଗରିମା ଗାନେ ।
ଚାଲିଲେ ଧାଡ଼ିବାନ୍ଧି ଗାଁରେ ସହରେ
ଉଡାଇ ତ୍ରିରଙ୍ଗା ପ୍ରଭାତ ପହରେ,
ସ୍ୱର୍ଣ୍ଣିମ ବର୍ଣ୍ଣଲିପିରେ ସଜା ଇତିହାସ,
ଗୁଞ୍ଜରିତ ହେଲା ସଙ୍ଗୀତର ସୁରେ ସୁରେ ।
ସ୍ୱାଧୀନତା ଦିବସେ ଶୁଣି ସ୍ୱାଧୀନତାର ଗାନ
ପଡ଼ନ୍ତି ମନେ ସେ ବୀର ଜବାନ
ଦେଶପାଇଁ ଯିଏ ଦେଇଥିଲେ ଶିର
ଅମର ସଦା ଯାହା କୀର୍ତ୍ତି
ଯାହାର ମାନ ।