କବିତା

ତୋ ସ୍ମୃତିର ଇନ୍ଦ୍ରଧନୁ

T.Durga Prasad Rao's odia poem To Smrutira Indradhanu

ସପନ ପଥଧାରେ ସୁନେଲି ସ୍ମୃତିର
ବିବିଧ ବର୍ଣ୍ଣାଳୀ ଆମ ମିଳନର
ଇନ୍ଦ୍ରଧନୁ ସମ ଝଲସାଏ ମୋ ନୟନ

ତୋ ସ୍ମୃତିର ଇନ୍ଦ୍ରଧନୁ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୋ ପାଇଁ ପ୍ରୀୟା
ବୁଣିଲି ସାତରଙ୍ଗ ସପନ

ସପନ ପଥଧାରେ ସୁନେଲି ସ୍ମୃତିର
ବିବିଧ ବର୍ଣ୍ଣାଳୀ ଆମ ମିଳନର
ଇନ୍ଦ୍ରଧନୁ ସମ ଝଲସାଏ ମୋ ନୟନ

ତୋ ପାଇଁ ପ୍ରୀୟା… … …

ସପନ ଭିତରେ ଅନେକ ସପନ
ଉଙ୍କି ଉଠେ ଠେଲି ବାସ୍ତବ ଲଗନ
ଜୀବନ ମଝିଧାରେ ଏ ସତମିଛର
ତୁଳନା ଭିତରେ ଉର୍ମି ଯା ଦ୍ୱନ୍ଦ୍ୱର
ଟାଣିନିଏ ପ୍ରୀୟା ତୋ ପାଖକୁ ହୃଦମନ

ତୋ ପାଇଁ ପ୍ରୀୟା… … …

ଚେହେରା ଭିତରେ ଅନେକ ଚେହେରା
ମନ ଲୋଡ଼େ ଖାଲି ତୋ ପ୍ରେମର ଧାରା
ମାୟାର ସଂସାରେ ଏକା ତୁହି ସତ
ଲାଗେ ପ୍ରୀୟା ବାକି ଆଉ ସବୁ ତୁଛ
ଭିଡ଼ ଠେଲି ଖୋଜୁଥାଏ ଯେତେ ରାତିଦିନ

ତୋ ପାଇଁ ପ୍ରୀୟା… … …

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top