କବିତା

ଗୀତି କବିତା

Shakuntala Bindhani's Odia Poem GITI KABITAA

କେମିତି ଦେବତା ପୂଜା ହେବେ
ପୁଣି ସାଜିବ କାହାର ଗଭା
ଖେଳାଇ କାହାର ଓଠେ ହସଟିଏ
ଗାଲରେ ଗୋଲାପି ଆଭା ।

ଗୀତି କବିତା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଝରିଯିବ ଭାବି ଫୁଟିବନି ଫୁଲ
ଯଦି କେଉଁ ପାଦପରେ
ତେବେ ତ ବଗିଚା ଖାଲି ପଡ଼ିଯିବ
ଫୁଟିଲା ଫୁଲ ବିହୁନେ । ୦ ।

କେମିତି ଦେବତା ପୂଜା ହେବେ
ପୁଣି ସାଜିବ କାହାର ଗଭା
ଖେଳାଇ କାହାର ଓଠେ ହସଟିଏ
ଗାଲରେ ଗୋଲାପି ଆଭା । ୧ ।

ଉପେକ୍ଷା ଡରରେ ଅପେକ୍ଷା କରିବା
ଯଦି(କାହା) ସ୍ନେହ ଆଦରର,
ସମୟ ଶାଖାର ଝରିଯିବ କେତେ
ଅମୂଲ ସମୟ ଧାର । ୨ ।

ଯେତେ ଝୁରି ହେଲେ ବିଗତ ସମୟ
ଆଉ କି ଆସିବ ଫେରି,
ତେଣୁ ଯେତେବେଳେ ଯାହା ମିଳୁଅଛି
ନିଅ ଯେ ତାକୁ ଆଦରି । ୩ ।

ଘୃଣା କଥା ଭାବି ଯଦି ଗାଇବାନି
ଭଲ ପାଇବାର ଗୀତ,
ତେବେ ତ ଘୃଣା ସଞ୍ଚରିଯିବ
ଚରାଚର ଏ ଜଗତ । ୪ ।

ଭଲ ପାଇବା ହିଁ ବଦଳାଇ ପାରେ
ଘୃଣାକୁ ପ୍ରେମରେ ଦିନେ
ସେଦିନ ପ୍ରେମର ବିଜୟ ନିଶ୍ଚିତ
ନ ରଖ ଖେଦ ଯେ ମନେ । ୫ ।

1 Comment

1 Comment

  1. Ranjan Nayak

    April 14, 2016 at 1:13 pm

    Right….if it will be like same as you have written than all around our life will be like a flower full garden. Nice thought of you… Enjoyed ..

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top