କବିତା

ଜାଣେନା କାହିଁକି ବିରହକୁ ମୋର ତୁମ ସେ ସ୍ମୃତିଟା ନିତି ଚୁମେ

Belabhumi's odia poem Jaanena Kahinki Birahaku Mora Tuma Se Smrutita Niti Chume

ବିଜନ ବେଳାର ପ୍ରତିଧ୍ୱନୀ କୁହେ
କିଏ ଲାଗ ତାର … ତୁମେ ତୁମେ ତୁମେ….

ନିରିଜନେ କେତେ ପ୍ରଣୟର ଫୁଲ
ଫୁଟି ପୁଣି ଝରିଗଲା ପରେ
କାହିଁକି କେଜାଣି ତୁମ ପାଇଁ ମନ
ବିଜନ ବେଳାରେ ନିତି ଝୁରେ,

ଜାଣେନା କାହିଁକି ବିରହକୁ ମୋର
ତୁମ ସେ ସ୍ମୃତିଟା ନିତି ଚୁମେ…
ବିଜନ ବେଳାର ପ୍ରତିଧ୍ୱନୀ କୁହେ
କିଏ ଲାଗ ତାର … ତୁମେ ତୁମେ ତୁମେ….

କହିବି ପାରୁନି ଆପଣାର ବୋଲି
ପାରୁନି ବି ସାଥୀ କରି ପର
ଜାଣେନା କିପରି … ଭାବପ୍ରବଣତା
ଚେତନାକୁ ଆସି ଛୁଏଁ ମୋର

ହୁଁ… ହୁଁ..ହୁଁ .. ଓ…ଓ…ଓ
ଜାଣେନା କାହିଁକି ବିରହକୁ ମୋର
ତୁମ ସେ ସ୍ମୃତିଟା ନିତି ଚୁମେ…
ଛାଡି ଯାଇଥିବା ପାଦ ଚିହ୍ନ କିଛି

ଏବେବି ରହିଛି ତୁମ ନାମେ
ଜାଣେନା କାହିଁକି ବିରହକୁ ମୋର
ତୁମ ସେ ସ୍ମୃତିଟା ନିତି ଚୁମେ
ବିଜନ ବେଳାର ପ୍ରତିଧ୍ୱନୀ କୁହେ

କିଏ ଲାଗ ତାର … ତୁମେ ତୁମେ ତୁମେ….
ଆ …ଆ..… ଆ…ଓ…ଓ…ଓ..ହୁଁ… ହୁଁ..ହୁଁ
ଜାଣେନା କାହିଁକି ବିରହକୁ ମୋର
ତୁମ ସେ ସ୍ମୃତିଟା ନିତି ଚୁମେ…

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top