ଜୀବନ ର ଏହି ଗୁଢ଼ ତତ୍ତ୍ଵ
ଜନମ ନେଲେ ମୃତ୍ୟୁ ସତ୍ୟ ।
ଶିଶୁ କିଶୋର ଯୁବାବସ୍ଥା
ବୃଦ୍ଧ କାଳରେ ଶେଷ ଯାତ୍ରା ।
ସଂସାର ଛାଡ଼ି ସ୍ଵର୍ଗ ବାସ
ଅନ୍ୟାୟଭାବେ ନର୍କେଝାସ ।
ସତ୍ୟ ସ୍ଵରୂପ ଜଗନ୍ନାଥ
ଚୀର ଅମର ତାଙ୍କ ଯାତ ।
ବଡ଼ ଦାଣ୍ଡଟି ଥିବରହି
ଭାଇ ଭାଉଣୀ କୁହାକୁହି ।
ଶରଣ ଯିବ ଯେଉଁ ଜନ
କଳାଶ୍ରୀ ପାଦେ ତାର ସ୍ଥାନ ।
ନିତ୍ୟ ଦେଖିବ ଚତୃମୁଖ
ବୈକୁଣ୍ଠ ଧାମେ ଦିବ୍ୟ ସୁଖ ।
ଭଲ କର୍ମରେ ଭଲ ଫଳ
ଅନ୍ୟାୟେ ମିଳେନାହିଁ ଜଳ ।
ସତ୍ୟକୁ ସାଥି କଲେ ନିତ୍ୟ
ସବୁଠି ମିଳିଯିବ ଭାତ ।
ଆରେ ମଣିଷ ମିଛେ ଦମ୍ଭ
ନିଜର ନୁହେଁ ତୋ କୁଟୁମ୍ଵ ।
ସ୍ଵାର୍ଥ ସୁଖରେ ସର୍ବେ ଅନ୍ଧ
ସ୍ଵାର୍ଥ ବିହୁନେ ହେବୁ ମନ୍ଦ
ଦେଲେ ନେଲେ ଟି ଭଲ ତୁହି
ଅନ୍ୟଥା ଚିହିଁବେନି କେହି ।
ମଣିଷ ଜନ୍ମ ପାଇ ତୁହି
ଅନ୍ୟାୟ ପଥେ ସଦା ଥାଇ
ଭଲମନ୍ଦକୁ ଜାଣିଲୁନି
ଜୀବନ ଯାତ୍ରା ସରିଲାଣି ।
ଏବେବି ବେଳ ଅଛି ଭାଇ
ଆତ୍ମା ରାମକୁ ଜପ ତୁହି।
ପରମ ପ୍ରଭୁ ନେବେ ଧରି
ଭବ ସାଗରୁ ହେବୁ ପାରି ।
