କବିତା

ଶ୍ରୀଲଙ୍କା ଦର୍ଶନ

Binayak Mishra's odia poem Shreelankaa Darshana

ରାବଣର ସ୍ୱର୍ଣ୍ଣଲଙ୍କା ରାମାୟଣେ ବର୍ଣ୍ଣିତ
ବାସନାରୁ ନିବୃତ୍ତି, ଅହିଂସାର ଦୀକ୍ଷା ବୁଦ୍ଧଙ୍କର ବାଣୀ

ଶ୍ରୀଲଙ୍କା ଦର୍ଶନ

କର୍ମଭାରେ ବ୍ୟସ୍ତରହି ମୋର ପ୍ରିୟ ପରିବାର
ଦୀର୍ଘ ଦିନ ବିଶ୍ରାମ ଅଭାବେ ବ୍ୟଥିତ ଅନ୍ତର
ସ୍ଥିରକଲୁ ଅବକାଶେ କରିବାକୁ ଶ୍ରୀଲଙ୍କା ଗସ୍ତ
ରାବଣର ସ୍ୱର୍ଣ୍ଣଲଙ୍କା ରାମାୟଣେ ବର୍ଣ୍ଣିତ
ବାସନାରୁ ନିବୃତ୍ତି, ଅହିଂସାର ଦୀକ୍ଷା ବୁଦ୍ଧଙ୍କର ବାଣୀ
ଏହି ସେ ଦେଶ ପ୍ରଥମ ଯେ ନେଇଥିଲା ଜନମନ କିଣି
ଶ୍ରୀଲଙ୍କା ଦର୍ଶନାଗ୍ରହ ହେଲା ମନେ ଦ୍ଵିଗୁଣିତ
ବ୍ୟୋମଯାନେ ବସି ଶ୍ରୀଲଙ୍କା ରାଜଧାନୀ କଲମ୍ବୋରେ ହେଲୁ ଉପସ୍ଥିତ
ସ୍ୱାଦିଷ୍ଟ ରାତ୍ରି ଭୋଜନ ପରେ ସୁଖ ନିଦ୍ରା ଯାଇ
ପରଦିନ ଯାତ୍ରା ଆରମ୍ଭ କଲୁ କଲମ୍ବୋ ସହର ଭିତର ଦେଇ
ଦେଖିଲୁ ସୁରମ୍ୟ ୪ ଷ୍ଟାର ହୋଟେଲର ସ୍ଥିତି ସବୁଜତା କୋଳେ
ନିର୍ଭୟେ ସହଜ ଯାନ ଚଳାଚଳ ସହରର ବ୍ୟସ୍ତ ସମୟ ବେଳେ
ସର୍ବାଙ୍ଗେ ପ୍ରକୃତି ସୁସଜିତ ସୁନ୍ଦର ବାଟଘାଟ
ପର୍ବତ ଉପତ୍ୟକା, ନଦୀ ନାଳ, ସମୁଦ୍ର ବାଲୁକା ତଟ

ବୁଲିଲୁ କାଣ୍ଡି , କଲୋମ୍ବୋ, ସିଙ୍ଗିରିଆ ସହର
ବୁଲାସ୍ଥାନ, ଗୋଧନ ଯହିଁ ଥିଲେ ବିରଳ
ଦେଖିଲୁନି ଗୋଟିଏ ଭିକାରୀ ଠେଲାଗାଡି ବ୍ୟପାରୀ
ପ୍ଲାଷ୍ଟିକ କୁଢ଼ ରାସ୍ତାରେ ଫୋପାଡିବା ବେମାରୀ
ମନେ ହୁଏ ଏ ସବୁଠୁଁ ମୁକ୍ତି ଦେଲେ ବୌଦ୍ଧ ଭିକ୍ଷୁ ସଂସ୍କାରି
ବୁଦ୍ଧଙ୍କ ଶିକ୍ଷାଦୀକ୍ଷା ଶ୍ରୀଲଙ୍କାବାସୀ ନେଇଛନ୍ତି ଶିକ୍ଷା
ସ୍ୱଳ୍ପରେ ସନ୍ତୁଷ୍ଟି ପ୍ରକୃତିରୁ ମିଳିଛି ଦୁଃଖର ସୁରକ୍ଷା
ବୌଦ୍ଧ ହିନ୍ଦୁ ମୁସଲମାନ ଆଜି ଶ୍ରୀଲଙ୍କାବାସୀ
ବୋଧ କଲୁ ସଭିଏଁ ଅଛନ୍ତି ଶାନ୍ତିରେ ମିଶି
ଅଭୁଲା ଦୃଶ୍ୟ, ନୀଳ ଆକାଶ ବୁକୁରେ ଶୁଭ୍ର ବାଦଲର ଛଟା
ଅପୂର୍ବ ପ୍ରକୃତି ଚିତ୍ର ମୋ ଜୀବନେ ପ୍ରଥମ ଦେଖା
ଯାହା ମୁଁ ଦେଖିନି ବୁଲି ଦେଶ ବିଦେଶ
ଦେଖି ଧନ୍ୟ ହେଲି ମୁହିଁ କରି ଦର୍ଶନ ଶ୍ରୀଲଙ୍କା ଦେଶ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top