କଦମ୍ବ ଫୁଟିଲା ଯେତେ,
ତୁମ ଦେହ ରୋମାଞ୍ଚ କୁ ନେଇ,
ପଳାଶ ଫୁଟିଲା ଯେତେ,
ତୁମ ପାଦ ଆଲକ୍ତକ ଲୋହିତ ରେଖାରେ,
ତୁମ ଓଠ ଚିବୁକର ରଙ୍ଗ ଯେତେ,
ଗୋଲାପର ପାଖୁଡା ପାଖୁଡା ନେଇ,
ଢାଳି ଦେଇଗଲା ଚମ୍ପକ ତୁମ ଦେହ
ଆଉଟା ସୁନାର ରଙ୍ଗ,
ଆଉ ତୁମ ମିଠା ମିଠା ଗନ୍ଧ ।।
ସୁରରେ ମିଳାଇ ସୁର,
ପାଦ ଥାପି ପାଦ ଚିହ୍ନେ ମୋର,
ଚାଲିବାକୁ ନେଇଥିଲ ଦୁର୍ବାର ଶପଥ ଦିନେ,
ତଥାପି କିପରି କୁହ,
ଅଧା ବାଟେ ଭୁଲି ଗଲ ଯେତେ ଥିଲା
ମନେ ରଖିବାର, ଝୁରିବାର
ଅତୀତର କାହାଣୀ ସବୁକୁ ।।
ତୁମ ଲାଗି ଜାଳିଲି ଦୀପାଳି ଯେତେ,
ଆଖି ଲୁହ ଆଉ ଦେହର ସଳିତା ଜାଳି,
ସଞ୍ଜ ଡୁବିଗଲା, ରାତି ହେଲା,
ରାତି ପାହି କେତେ ସକାଳ ଯେ ଗଲା,
ସୁନେଲି ରୁପେଲି ସପନ ନଥିଲା ଖାଲି,
ରାତି ରାତି କାଳ ପୁରୁଷ ର ଛାଇ ଦେଖି,
ଚମକି ପଡିଲେ କେବେ,
ଶେଜ ଧାରେ ତୁମକୁ ଗୋ ଖୋଜେ ।।
