କବିତା

ଓଡିଆର ଖରାଦିନ

Bisweswar Majhi's odia poem Odiara Kharaadina

ପୂରୁବ ରାଇଜ ଗୁଳୁଗୁଳି ଖରା ଟାଣ
ପୂରୁବ ପୁରୁଷ ଆମ କରିଲେ ବିଧାନ ।

ଓଡିଆର ଖରାଦିନ

ଗ୍ରୀଷମ ପ୍ରଧାନ ଦେଶ ଭାରତଟି ଜାଣ
ବଙ୍ଗୋପ ସାଗର କୁଳେ ଓଡିଶା ପ୍ରମାଣ ।

ପୂରୁବ ରାଇଜ ଗୁଳୁଗୁଳି ଖରା ଟାଣ
ପୂରୁବ ପୁରୁଷ ଆମ କରିଲେ ବିଧାନ ।

ଶ୍ୱେତ ବସ୍ତ୍ର ପରିଧାନ ମଥାରେ କପଡା
ହାଲୁକା ପତଳା ବସ୍ତ୍ର ତନୁ ରଖେ ଥଣ୍ଡା ।

ସକାଳୁ ପଖାଳ ଖିଆ ସାଥେ ଥିବ ଦହି
ବେଲପଣା ତରଭୁଜ କାକୁଡିଟି ଖାଇ ।

ମାଟି ମାଠିଆରୁ କାଢି ପିଅ ଥଣ୍ଡା ପାଣି
ବାଟରେ ପିଇବ ପୁଣି ପଇଡର ପାଣି ।

ଆମ ଘରେ ଅଛି ଯଦି ଏତେକ ସାଧନ
ବିଦେଶୀ ଥଣ୍ଡା ପାନୀୟ କିବା ପ୍ରୟୋଜନ ।

ବିଦେଶୀ ସାହେବ ପରି ଟାଇ କୋଟ୍ ପିନ୍ଧି
କିବା ପ୍ରୟୋଜନ ଆପେ ଆପଣାକୁ ଛନ୍ଦି ।

ଜଗନ୍ନାଥ ଦେଶ ଆମ ସବୁଠୁ ଆଗୁଆ
ଦେଖାଶିଖା ପଣେ କାହିଁ ହୋଇବା ପଛୁଆ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top