କବିତା

କବି

Monalisha Dash's odia poem Kabi
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜୀବନର ଚିତ୍ର ଆଙ୍କେ ଶବ୍ଦର ଫୁଆରାରେ
ଫଗୁଣକୁ ରଙ୍ଗ ମାଗେ ତୂଳୀର ବାହାନାରେ
ସ୍ମୃତିର ପାଉଁଶରୁ କେବେ କେବେ ସ୍ୱପ୍ନ ଜନ୍ମ ନିଏ
ସ୍ୱପ୍ନକୁ ବଞ୍ଚେଇ ରଖେ ସେ ସମ୍ଭାବନାର ଏନ୍ତୁଡ଼ିଶାଳରେ ।

ମନର ହାଟରେ ପ୍ରେମର ବିପଣି ଅହରହ ଚାଲିଥଏ
ସେ କେବଳ ନିଜକୁ ବିକୁଥାଏ ଆଉ କିଣୁଥାଏ
କବିତାରେ ଲେଖା ହୁଏ କିଛି କଥା
ଆଉ କିଛି କଥା ତା ଛାତିତଳେ ହୁତୁ ହୁତୁ ଜଳୁଥାଏ ।

ଧୂଳିଧୂସରିତ ଶ୍ୟାମଳ ଗୋଧୂଳିରେ
ଯେବେ ହାତଯୋଡ଼ି ବିଦାୟ ଦିଏ ସେ ଅସ୍ତମିତ ସୂର୍ଯ୍ୟଙ୍କୁ
ଠିକ ସେତେବେଳେ ଆକାଶକୁ ଧୀରେ ଧୀରେ ଓହ୍ଲେଇ ଆସୁଥାଏ ଜହ୍ନ
ହେଲେ କାହିଁକି କେଜାଣି ଆଜିକାଲି ଜହ୍ନ ବି କବିକୁ ଦେଖି ଦୋ ଦୋ ଚିହ୍ନା ହୁଏ ।

1 Comment

1 Comment

  1. ଦିଲିପ୍ କୁମାର ତ୍ରିପାଠୀ

    Dilip Kumar Tripathy

    November 4, 2017 at 1:34 pm

    camatkara lekha

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top