କବିତା

କଳଙ୍କର ଶୁଭ ଶଙ୍ଖ

Deepak Baral's odia poem Kalankara Shubha Shankha

କାମାନ୍ଧ ପୁରୁଷ ଜୀବନେ ପଡ଼େନା…… କଳଙ୍କର କଳାଗାର
ନାରୀ କପାଳେ କଳଙ୍କିନୀ ପଦ ମୃତ୍ୟୁ ଠାରୁ ବଳି ଜହର

କଳଙ୍କର ଶୁଭ ଶଙ୍ଖ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କାମାନ୍ଧ ପୁରୁଷ ଜୀବନେ ପଡ଼େନା…… କଳଙ୍କର କଳାଗାର
ନାରୀ କପାଳେ କଳଙ୍କିନୀ ପଦ ମୃତ୍ୟୁ ଠାରୁ ବଳି ଜହର
ଅଧର ତଳୁ ଅମୃତ ଶୋଷେ…….. ହୋଇ ଭଣ୍ଡ ଭିକ୍ଷୁକ
ଭଲପାଇବାର ପରିଣାମେ ଫୁଙ୍କେ……..କଳଙ୍କର ଶୁଭ ଶଙ୍ଖ

ତଥାପି ତାର ଭଙ୍ଗା ଜୀବନେ ବିକଳ ପ୍ରାଣେ
ଗର୍ବର ଶତ କୋଣାର୍କ ଗଢେ ମଧୁ ଲଗନେ
ଭ୍ରାନ୍ତ ମଣିଷ ଦେଲାଯେ ତାରେ……… ବିପୁଳ ଦାନ
ପ୍ରତିଦାନ ଛଳେ ତୋଳି ନେଲା ……. ପ୍ରେମ ନିଶାନ

ଗଢିଲା କଳଙ୍କିନୀ ଶବ୍ଦ ହୋଇ ଚାତୁର
ନାରୀର କପାଳେ ଲେସି ଗଲା କରିବାକୁ ଚିର ଅମର
ସଂକଳ୍ପରୁ ଯଦି ଆରମ୍ଭ ଏ ସୃଷ୍ଟିର
ଲିଭିବ କଳଙ୍କିନୀ ପଦ……………. ନାରୀ କପାଳର

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top