କବିତା

କେହି ଜଣେ ଭଲ ଲାଗୁଛି

Odia Author Chandravanu Malik

ଭାବନାକୁ ସ୍ପର୍ଶ କରୁଛି
ତା’ ଯୌବନର ରୂପରଙ୍ଗ
ଦେହରୁ ଶିହରଣ ନଦୀ ବହି
ପ୍ରୀତି ସାଗର ଲଙ୍ଘୁଛି
ମନ କହୁଛି. . .
କେହି ଜଣେ ଭଲ ଲାଗୁଛି ।

କେହି ଜଣେ ଭଲ ଲାଗୁଛି

ଶୁନ୍‌ଶାନ୍‌ ଉପବନର
କିଟିମିଟିଆ ଅନ୍ଧାରରେ
କେହି ଜଣେ ଓଠ ଚାପି
ଅଳ୍ପ ହସି ଲୁଚିଯାଉଛି,
ଆଖି ମୁଦି ଖୋଲି
ତାକୁ ଅଣ୍ଡାଳୁଛି
ରାତିକୁ ମନ୍ଥନ କରି
ଅନେକ ଖୋଜୁଛି
ମନ କହୁଛି. . .
କେହି ଜଣେ ଭଲ ଲାଗୁଛି ।

ଭାବନାକୁ ସ୍ପର୍ଶ କରୁଛି
ତା’ ଯୌବନର ରୂପରଙ୍ଗ
ଦେହରୁ ଶିହରଣ ନଦୀ ବହି
ପ୍ରୀତି ସାଗର ଲଙ୍ଘୁଛି
ମନ କହୁଛି. . .
କେହି ଜଣେ ଭଲ ଲାଗୁଛି ।

ସ୍ୱପ୍ନ ବଗିଚାର ବାଡ଼ଭାଙ୍ଗି
କେହି ମାଡ଼ିଆସୁଛି
ଜ୍ୟୋତ୍ସ୍ନାରେ ଭିଜୁଛି,
ଓଦା କେଶ ଛାଟି
ପୀରତି ଠାଣିରେ ଲାଜେଇ ଲାଜେଇ
ମତେ ଚାହୁଁଛି
ମନ କହୁଛି. . .
କେହି ଜଣେ ଭଲ ଲାଗୁଛି ।

ଉଆଁସି ରାତିରେ ଚାନ୍ଦ ଉଉଁଛି
ଚାନ୍ଦ ଉପରେ
କାହା ମୁହଁ ଦିଶୁଛି
ପାଖେ ଡାକୁଛି,
ଉତ୍କଣ୍ଠା ଚିତ୍ତରେ ଧାଇଁ ଧାଇଁ ଗଲେ
ବଉଦ ବୁକୁରେ ଲୁଚିଯାଉଛି
ମନ କହୁଛି. . .
କେହି ଜଣେ ଭଲ ଲାଗୁଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top