କବିତା

କେତେ ଫରକ୍ ସତରେ …….

ହେଲେ ଆଜି ବସିଥିଲି
ସେଇ ବିଶ୍ୱ ବିଜୟୀ ବୀରଙ୍କ
ସେଇ ପ୍ରତିମୂର୍ତ୍ତି ତଳେ
ଠିକ୍ ସେଇ ଜାଗାରେ

କେତେ ଫରକ୍ ସତରେ
ସେଦିନ ଓ ଆଜିର ଭିତରେ
ସେତେବେଳେ ଅର୍ଥାତ୍
ଦୀର୍ଘ ପଞ୍ଚତିରିଶ ବର୍ଷ ତଳେ
ଯେତେବେଳେ ପଢୁଥିଲି
ଏଇଠି ଏଇ କଲେଜରେ
ବସୁଥିଲେ ଏଇଠି ଏମିତି
ଅଳକାନଦୀର ବାଲୁକା ରାଶିକୁ ଚାହିଁ ଚାହିଁ
କେତେ ସମୟ ତା’ର ହିସାବ ନାହିଁ ।

ହେଲେ ଆଜି ବସିଥିଲି
ସେଇ ବିଶ୍ୱ ବିଜୟୀ ବୀରଙ୍କ
ସେଇ ପ୍ରତିମୂର୍ତ୍ତି ତଳେ
ଠିକ୍ ସେଇ ଜାଗାରେ
ସାମ୍ନାରେ ମୃତ ଅଳକା ଅଛି
କିନ୍ତୁ ସେଇ ବାଲୁକାରାଶିରେ
କାଇଁ ଫୁଟୁନାହିଁ ସେଇ ସବୁ କଥା
ଯାହା ଦେଖୁଥିଲି ସେତେବେଳେ
କଲେଜରେ ପଢ଼ିବା ବେଳେ
କେତେ ଫରକ୍ ସତରେ
ସେଦିନ ଓ ଆଜିର ଭିତରେ …….

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top