ଅମର ଆଶାରେ ବସି ବସି କବି,
ଦେଖୁ କେତେ ନୂଆ ଛବି ।
ଜୀବନ-ଯାତନା ଅଭାବ-ତାଡ଼ନା,
ପାରିନାହୁଁ ଅନୁଭବି ।।
ବଞ୍ଚିବା ବେଳର ଭୋଗ ଭାଗ୍ୟ ଯା’ର,
ଭାଗ୍ୟବାନ ରୂପେ ଗଣା ।
ସୁଖ ଶିରୀ ସିନା ସଂସାର ବାସନା,
ତୋତେ କି ତାହା ଅଜଣା ।।
ଶୋଇଲେ ନିଦରେ ମଶାଣି ମାଟିରେ,
କି ସୁଖ ସେଠାରେ ଥାଏ ।
ପାଏ କି ଦରବ ଯଶ ଖ୍ୟାତି ଶବ,
(ଯଦି) କାନ୍ଦି କାନ୍ଦି ଦିନ ଯାଏ ।।
ପରାଣ-ପ୍ରଦୀପ ଲିଭିଗଲେ ଆଉ,
ଜଳେ ନାହିଁ ଜଳେ ନାହିଁ ।
ମଲା ପରେ ଖାଲି ଅସୀମ ଅନ୍ଧାର,
କିଛି ନାହିଁ କିଛି ନାହିଁ ।।