କବିତା

କ୍ଷୁଦ୍ର ଜୀବନ

Ashok Biswal's odia poem Mana Aakaashara Jahna

ଜୀବନଟା ଏତେ ଛୋଟ
କେହି ଜାଣି ବି ନାହାନ୍ତି
କିଏ ଜାଣେ କାଲିର କାଥାକୁ
ଆଜି ଆଉ କେବେ ଫେରି ଆସିବନି ।

କ୍ଷୁଦ୍ର ଜୀବନ

ଜୀବନଟା ଏତେ ଛୋଟ
କେତେ ଛୋଟ ଏ ଦୁନିଆ
ତଥାପି ବି
ଆମେ କେବେ କେବେ ମିଳି ତ ପାରୁନେ
ଦିନ ଆଉ ଫେରି କି ଆସିବ ?

ଜୀବନଟା ଏତେ ଛୋଟ
କେତେ ମଧୁର ସମୟ
ବୋହୁଅଛି ସବୁଆଡେ ଅମୃତର ଧାରା
ଜୀବନ କେତେ ଯେ ସୁନ୍ଦର
ଛୋଟ କରିଦିଅ ନାହିଁ
ବ୍ୟର୍ଥ କରି ଦିଅ ନାହିଁ
ରୁହ ନାହିଁ ତୁମେ ଏତେ ଦୂର ।

ଜୀବନଟା ଏତେ ଛୋଟ
କେହି ଜାଣି ବି ନାହାନ୍ତି
କିଏ ଜାଣେ କାଲିର କାଥାକୁ
ଆଜି ଆଉ କେବେ ଫେରି ଆସିବନି ।

ଛୋଟ କରିଦିଅ ନାହିଁ ଜୀବନକୁ
ବ୍ୟର୍ଥ କର ନାହିଁ
ଚାଲି ଆସ ସବୁ କିଛି ଛାଡି
ତୁମ ପାଇଁ ଅନାଇ ରହିଛି
ଜୀବନର ଏକ ଦିନ
ଗଡିଯିବ ତ କାଲିରେ
ଆଜି ଆଉ ମିଳିବନି ।

ଜୀବନକୁ ଛୋଟ କରିଦିଅ ନାହିଁ
ବ୍ୟର୍ଥ କରନାହିଁ
ଏମିତି ଭୂଲ କରନାହିଁ ମୋଟେ ।

(ଷଷ୍ଠ ଦଲାଇଲାମାଙ୍କ ତରୂଣ ଜୀବନର ଭାବନା ଏ କବିତାମାନଙ୍କରେ କିଛି ମାତ୍ରାରେ ପ୍ରତିଫଳନ କରାଯାଇଛି । ସେ ଅରୂଣାଚଳ ପ୍ରଦେଶର ତାୱାଙ୍ଗ ଅଂଚଳରେ ଜନ୍ମ ଗ୍ରହଣ କରିଥିଲେ ଏବଂ ପରେ ତାଙ୍କୁ ଷଷ୍ଠ ଦଲାଇଲାମା ଭାବରେ ଅଭିଷିକ୍ତ କରାଯାଇଥିଲା । ତରୁଣ ବୟସରେ ସେ ସଂସାରରୁ ବିଦାୟ ନେଇଥିଲେ । )

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top