କବିତା

କେବଳ ଏତିକି ଦୁଖ

Bibhuprasad Parida's odia poem Kebala Etiki Duhkha

ଆଲୋକର ଦେଶ ଛାଡି ଆସିଥିଲି
ଜୀବନ ବଞ୍ଚିବା ପାଇଁ
ଫେରିଯାଏ ପୁଣି ସେହି ଦେଶେ
ମାତୃ ଆଦେଶ ପାଇ ।। ।।

କେବଳ ଏତିକି ଦୁଖ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଜନମ ପଥର ପଥିକ ଥିଲି ମୁଁ
ଏବେ ମରଣ ରାସ୍ତାର ଯାତ୍ରୀ
ଜୀବନର ଉଷା ଦେଖିବା ପାଇଁ କି
ପାହିବାକୁ ଅମା ରାତ୍ରି ।। ।।

ଆଲୋକର ଦେଶ ଛାଡି ଆସିଥିଲି
ଜୀବନ ବଞ୍ଚିବା ପାଇଁ
ଫେରିଯାଏ ପୁଣି ସେହି ଦେଶେ
ମାତୃ ଆଦେଶ ପାଇ ।। ।।

ସଂସ୍କାର ନେଇ ଆସିଥିଲି
କରମ କରିବା ଆସେ
ଜନମ ପୂର୍ବରୁ ମରଣ ସହ
ଭେଟ ହେଲା ଏଇ ଦେଶେ ।। ।।

ମା ତୋ ପରେ ନାହିଁ ଅଭିମାନ
କେବଳ ଏତିକି ଦୁଃଖ
ଏତେ ଦିନ ତୋର ପାଖରେ ରହିଲି
ଦେଖି ନ ପାରିଲି ତୋ ମୁଖ ।। ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top