କବିତା

ମା ମଙ୍ଗଳା

Deepa Mohanty's odia poem Maa Mangalaa

କାକଟପୁରେ ମା ମଙ୍ଗଳା ସାଜିତୁ
ଭକତ ଆପଣା କଲୁ,
ଘଟଗାଁରେ ମା ତାରିଣୀ ନାମରେ
ଭକତ ମନ ମୋହିଲୁ ।।

ମା ମଙ୍ଗଳା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କେଉଁ ଶବ୍ଦ ନେଇ ଲେଖିବି ଲୋ ମା
ଶବ୍ଦ ଜମା ପାଉନାହିଁ,
ଲେଖୁଲେଖୁ ତୁମ ନାମ ଯେ ଅନେକ
ସ୍ମରଣରେ ଆସୁଥାଇ ।।

କାକଟପୁରେ ମା ମଙ୍ଗଳା ସାଜିତୁ
ଭକତ ଆପଣା କଲୁ,
ଘଟଗାଁରେ ମା ତାରିଣୀ ନାମରେ
ଭକତ ମନ ମୋହିଲୁ ।।

ଫୁଲ ଭିତରେ ମା ବାଛିନେଲୁ ପୁଣି
ମନ୍ଦାର ଫୁଲକୁ ସାର,
ନାଲିନାଲି ପୁଣି ଦେଖାଯାଉଥାଏ
ମୋହିନିଏ ମନ ତୋର ।।

ଭୁବନେଶ୍ୱରରେ ଗୌରୀ ସାଜିତୁ
ସ୍ୱୟଂ ବିଜମାନ ହେଲୁ,
ସମ୍ବଲପୁରରେ ସମଲେଇ ସାଜି
ସ୍ୱୟଂ ବିମୋହିତ କଲୁ ।।

ପଣାପାଣିରେ ମା ଆଗ୍ରହ କରିଛୁ
ଭକତ ଜାଣିଲେ ମନ,
କଳିଯୁଗେ ମହାକାଳୀକା ସାଜିତୁ
କରିଲୁ ଦୁଷ୍ଟ ଦମନ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top