କବିତା

ପଣବନ୍ଦି

Dibakar Sahoo's odia poem Panabandi

ହୋଇଗଲାଣି ଅତି କରିବାକୁ ଇତି
ଗଣତନ୍ତ୍ରୁ ବ୍ୟଭିଚାର
ନରେନ୍ଦ୍ର ମୋଦିଙ୍କୁ ସମର୍ଥନ ଦେଇ
କର ଏବେ ପ୍ରତିକାର ।

ପଣବନ୍ଦି

ଗଣତନ୍ତ୍ରର ମନ୍ତ୍ର ହୋଇଛି
ଏବେ ରାଜନୀତି ଖେଳ
ନିର୍ମଳ ଶାସନ ଆସିବ ଦେଶରେ
ଦେଖିବା କେବେ ସେ ବେଳ ।

ମୁଷ୍ଟିମେୟ ପୁଞ୍ଜିବାଦୀଙ୍କ ଜାଲରେ
ସ୍ୱାଧୀନତା ପଣବନ୍ଦି ।
ବୁଲୁଅଛି ତାଙ୍କ ଶୋଷଣର ହାତ
ଏ ଦେଶର ଗଳି କନ୍ଦି ।

ଜାତି ଧର୍ମ ବର୍ଣ୍ଣ ଦଳ ଦଳ ନେଇ
ଚାଲେ ହୀନ ରାଜନୀତି
ମାନବିକତାର କଣ୍ଠ ରୋଧ କରେ
ତୋଷାମଦ ପ୍ରିୟା ପ୍ରୀତି ।

ଗାଦିରକ୍ଷା ପାଇଁ ଗାଦି ହୁଏ ଯଚା
ନେତା ହୁଏ କିଣା ବିକା
ଦଳ ବଦଳରେ ମାତନ୍ତି ନେତାଏ
ଶାସନ ନେବାକୁ ଠିକା ।

ଦେଶରୁ ଗଲାଣି ଏକତାର ସ୍ୱର
ନ୍ୟାୟ ନିଶାପର ଦଣ୍ଡ
ସତ୍ୟ ନ୍ୟାୟର ପରାଭବ ପାଇଁ
ପଶେ ରାଜନୀତି ଷଣ୍ଢ ।

ଶୋଷଣ ଲୁଣ୍ଠନ ଦୁର୍ନୀତି ହେଲାଣି
ରାଜନୀତିଆଙ୍କ ମନ୍ତ୍ର
ପ୍ରବଞ୍ଚନା ଛଳନାରେ ପରିପୂର୍ଣ୍ଣ
ବିପନ୍ନ ଏ ଗଣତନ୍ତ୍ର ।

ହୋଇଗଲାଣି ଅତି କରିବାକୁ ଇତି
ଗଣତନ୍ତ୍ରୁ ବ୍ୟଭିଚାର
ନରେନ୍ଦ୍ର ମୋଦିଙ୍କୁ ସମର୍ଥନ ଦେଇ
କର ଏବେ ପ୍ରତିକାର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top