ମାଆଲୋ ତୁ ମୋର କରୁଣାମୟୀ
ସ୍ନେହମୟୀ ତୁ ଜନନୀ
ଦୀର୍ଘ ବିଶାଳ ଏ ଧରାପୃଷ୍ଟ ରେ
ତୋର ସରି କେହି ହେବେନି ।
କେତେ କଷ୍ଟ ସହି ଜନମ ଦେଇଛୁ
ଦଶମାସ ଗର୍ଭେ ଧରି
ଜୀବନକୁ ମୋର ସୁନ୍ଦର କରିଛୁ
ମମତାରେ ତୋର ଭରି ।
ଛାତିକୁ ପଥର କରି ତୁ ସହିଛୁ
ମୋହର ଅଳି ଅଝଟ
ପ୍ରଥମ ପାଦରେ ଚାଲି ମୁଁ ଶିଖିଲି
ଧରି ଧରି ତୋ ପଣତ ।
ତୋରି କୋଳରେ ହସି ଖେଳି
ଆଜି ଏତେ ବଡ ହେଲି
କଥା କହିବା ବି ଶିଖାଇଲୁ ତୁ
ତୋ ଆଖିରେ ମୁଁ ଦୁନିଆ ଦେଖିଲି ।
ଏଇ ଜୀବନ ଟା ଅଟଇ ତୋ ଦାନ
ତତେ ଭଲ ପାଉଥିବି
ମୋ ଶେଷ ନିଶ୍ୱାସ ଛାଡ଼ିବା ପର୍ଯ୍ୟନ୍ତ
ତୋର ଗୁଣ ଗାଉଥିବି ।
