କବିତା

ମୁଗ୍ଧ ଆବେଗ

Prasanta Kumar Behera's odia poem Mugdha Aabega

ଶାଶ୍ବତ ପ୍ରେମର ପୁଲକ ଉଚ୍ଛ୍ୱାସେ
ହୃଦୟେ ବେପଥୁ ଭରୁ

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଅଳସୀ ହସର ଲାବଣ୍ୟ ସୁଷମା
ନୀଳ ତୃଷ୍ଣାର କବିତା ରଚେ

ଶୀତରାଣୀ ଶୋଭା ଝରା ଶିଶିରରେ
ମନ ଉପବନେ ଭଅଁର ନାଚେ

ସେଇ ଉପବନେ ହେ ମୋର ରାଧିକା
ରଚିବୁ ବିଦେହ ରାସ

ତୋ ଆତ୍ମାର କୋଣୁଁ ମୋହନ ପରଶେ
ଝରିବ ମାଧୁର୍ଯ୍ଯ ରସ

ଯମୁନା ନଈର କାଚକେନ୍ଦୁ ପାଣି
ଉଜାଣି ଅନ୍ତରେ ଝରୁ

ଶାଶ୍ବତ ପ୍ରେମର ପୁଲକ ଉଚ୍ଛ୍ୱାସେ
ହୃଦୟେ ବେପଥୁ ଭରୁ

ଶିଳା ଖଣ୍ଡପରେ ମୁଗ୍ଧ ଆବେଗେ
ଆବେଗରେ ଥିଲେ ବସି

ଭାବ କଳ୍ପନାର ସିକ୍ତ ତରଂଗେ
ଭିଜିଥିଲା ଦଶଦିଶି

ତୁମ ସ୍ୱଭାବ ସୁଲଭ ଲଳିତ କଂଠରେ
ମହୁବୋଳା ସ୍ନେହ ସୁଧା

ଝରି ଆସିଥିଲା ନିର୍ଝରିଣୀ ସମ
କାହିଁରେ ନ ମାନି ବାଧା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top