ପହିଲି ବରଷାର
ଭିଜା ମାଟିର ବାସ୍ନାରେ
ମୋହିତ ହେଲାବେଳେ
ମତେ ଲାଗେ
ମୁଁ ଏକା ଈଶ୍ୱରୀ,
ଏ ଅମ୍ରୁତମୟ ମହକକୁ
ଆଘ୍ରାଣ କରି ଉନ୍ମନା ହେବାକୁ
ମୁଁ ଏକା ହକ୍ ଦାର
ଏ କଥା ଭାବିଚି ମୁଁ ବାରବାର ।
ମାଟିମୋର ପ୍ରୀୟ, ମାଟିମୋର ଶ୍ରେୟ
ମାଟିର କୋଳରେ
ଖପ୍ ଖପ୍ ଡେଉଁ ଥିବା
ମୁଁ ଏକ ଅମାନିଆ ମୋହ ।
ମାଟିସହ ମୋର ଅନେକ ସଂଧି
ଜନ୍ମରୁ ଅନୁବଂଧିତ ମୁଁ ତାର ସର୍ତରେ
ଇଂଚେବି ହଟିବିନି ମୋ ବାକ୍ୟରୁ
ସବୁ ବେଦନା ବ୍ୟଥା ଓ
ଅଂପାକ୍ତେୟ ସ୍ୱପ୍ନକୁ ସାଁଉଟି
ମୁଁ ପାଲଟି ଯାଏ ମୁଃହୂର୍ମୁଃହୂ
ନିଶ୍ୱାସ ନେଇଥିବା
ମୁଠାଏ ମନ୍ମୟ ମୁହୂର୍ତ୍ତ,
ମାଟି ମୋର ଭୋକ
ମାଟି ମୋର ଭେକ
ମାଟିର ଭୂଗୋଳରେ
ମୋର ସ୍ୱର୍ଗଲୋକ
ମୋର ସ୍ୱର୍ଗଲୋକ ।