କବିତା

ନିବିଡ଼ତା

Dr Kalpana Mallick's odia poem Nibidataa

ସଜାଡ଼ି ରଖିଛି ତାକୁ
ହୃଦୟର ଅନ୍ତଃକରଣରେ
ସକୋଳର ଶାନ୍ତ କିରଣରେ
ମଧ୍ୟାହ୍ନର ତାତିଲା ବାଲିରେ

ନିବିଡ଼ତା

ସେ ଏକ ଏମିତି ନାଆଁ
ମୁଁ ଲେଖିଛି
ମୋହରି ରକ୍ତରେ
ଭିଜାଇ ଦେଇଛି ତାକୁ
ମୋ ଭାବନାର ମୀନାକରା ଇନ୍ଦ୍ରଧନୁ ରଙ୍ଗରେ
ସେ ଏକ ଏମିତି ନାଁ
ସଜାଡ଼ି ରଖିଛି ତାକୁ
ହୃଦୟର ଅନ୍ତଃକରଣରେ
ସକୋଳର ଶାନ୍ତ କିରଣରେ
ମଧ୍ୟାହ୍ନର ତାତିଲା ବାଲିରେ
ସଞ୍ଜବେଳ ଗୋଧୂଳିର
ଧୂସର ଲଗ୍ନରେ
ଅବା ରାତ୍ରିର

ଶାନ୍ତ ଶିଶିରରେ
ସେ ବୋଳି ହୋଇ ଯାଇଛି
ମୋ ହୃଦୟରେ,
ଧମନୀରେ,
ମନରେ, ପ୍ରାଣରେ
ଚିନ୍ତା ଆଉ ଚେତନା ଭିତରେ
ଭଲ ପାଇବାର ନିବିଡ଼ ରଙ୍ଗରେ
ଦୁଃଖରେ, ଲୁହରେ
ଅବା ସୁଖରେ
ହସରେ
ସେହି ଏକା ମୋର
ଅନ୍ତିମ ସ୍ୱାକ୍ଷର ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top