କବିତା

ନିଃସଙ୍ଗ

Rukeya Jabeen's odia poem Nihsangga

ପରଦା ସେପାଖେ ଚାନ୍ଦିନୀ ରାତି,
ବିଞ୍ଚି ବିଞ୍ଚି ଯାଏ ଆନନ୍ଦର ତାରାଫୁଲ ,
ଝଲକା ଝଲକା ଦକ୍ଷିଣି ବାଆ,
କୋଳେଇନିଏ ଶିରୋମଣୀରେ ସଜ୍ଜିତ
ବାଷ୍ପୀୟ ଜଳ ।

ନିଃସଙ୍ଗ

ପରଦା ସେପାଖେ ଚାନ୍ଦିନୀ ରାତି,
ବିଞ୍ଚି ବିଞ୍ଚି ଯାଏ ଆନନ୍ଦର ତାରାଫୁଲ ,
ଝଲକା ଝଲକା ଦକ୍ଷିଣି ବାଆ,
କୋଳେଇନିଏ ଶିରୋମଣୀରେ ସଜ୍ଜିତ
ବାଷ୍ପୀୟ ଜଳ ।

ବନ୍ଧୁ ପରିଜନେ , ହର୍ଷ ଉଲ୍ଲାସେ ,
କଟେ ଦୁନିଆର ସମୟ ଚରଖା ,
ମୋ ଦିବାନିଶି ଲେଉଟାଣି ଖାଏ ,
ଝରକା ଏପାଖେ,
ଏ କଳା ମିଚି ମିଚି ପଲଙ୍କ
ସୁଦୂର ଗଗନେ ସେ ଅର୍ଦ୍ଧଦୃଷ୍ଟ,
ଜହ୍ନ ମୋ ସଖା ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top