କବିତା

ସୁଖ ଓ ଦୁଃଖ

Dibakar Sahoo's odia poem Sukha Duhkha

ସୁଖ ଆସ ତମେ ଅତିକ୍ରମି ବନପଥ
ଆଶା ବୈତରଣୀରେ ପୂରିଯାଏ ଶୁଷ୍କ ତଟ।

ସୁଖ ଓ ଦୁଃଖ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ବେଳା ଅବେଳାରେ ପଡୁକି ନ ପଡୁ ଡକା
ଦୁଃଖ ସୁଖ ତମେ ମୋ ସହ ହୋଇ ସଖା
ପ୍ରତି କ୍ଷଣେ କ୍ଷଣେ ଆସ ଜଣେ ଜଣେ
ମେଣ୍ଟାଅ ମୋ ଦେହ ଥକ୍କା ।

ଆସ ଯେବେ ଦୁଃଖ ମନ ଉପବନ ଡେଇଁ
ଜୀବନର ଯେତେ ବିଫଳ ପ୍ରୟାସ
ପ୍ରାଣରେ ଉଠେ ଚେଇଁ,
ହେନା ମଲ୍ଲୀ ଜୁଇ କେତକୀ ବାସନା
ମନରୁ ଉଭେଇ ଯାଏ
ମରୁ ପ୍ରାନ୍ତରେ ମରିଚିକା ସମ
ହତାଶ କ୍ଳାନ୍ତି ଧାଏଁ।।

ସୁଖ ଆସ ତମେ ଅତିକ୍ରମି ବନପଥ
ଆଶା ବୈତରଣୀରେ ପୂରିଯାଏ ଶୁଷ୍କ ତଟ।

ମନ ଗହନରେ ଆକାଶର ଦୀପାଳି
ଘୃତରେ ଯାଏ ଭରି,
ମସୃଣ ପଥ କୁସୁମିତ ହୁଏ
ଆଶାର ଆଲୋକ ଧରି ।।
ଆଶା ନିରାଶାର ବାହାନାରେ ଦିହେଁ ଆସ
ତମ ଚିନ୍ତା ବିନା ତିଳେ ନାହିଁ ଅବକାଶ
ନକରା ଆତ୍ମକ ଭାବନାରେ ଦୁଃଖ
ମୋ ପାଖକୁ ଆସିଥାଅ
ସକରା ଆତ୍ମକ ଭାବନା ମଧ୍ୟରେ
କ୍ଷଣକେ ଉଭେଇ ଯାଅ ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top