କବିତା

ନିରୋଳା ରାସ୍ତା ଆଉ ସାଥୀ

Ashutosh Meher's odia poem Nirola Rastaa aau Saathee

କେମିତି କଟିବ ଏକେଲା ଜୀବନ
ନୀରବତା ଭରା ଛାଇ ,
ସାଥୀ ବିନା ଏଇ ନିରୋଳା ରସ୍ତାଟା
କରିଦିଏ ମନ ବାଇ…..

ନିରୋଳା ରାସ୍ତା ଆଉ ସାଥୀ

କେମିତି କଟିବ ଏକେଲା ଜୀବନ
ନୀରବତା ଭରା ଛାଇ ,
ସାଥୀ ବିନା ଏଇ ନିରୋଳା ରସ୍ତାଟା
କରିଦିଏ ମନ ବାଇ……।।୦।।

ପାଲ ଟାଣିଦେଲି କାତ ବି ମାରିଲି
ଆହୁଲା ମାରିବ କିଏ ,
ଖାଲି ଖାଲି ଲାଗେ ନଉକା ଟା ସତେ
ପାଖେ ନାହିଁ ସାଥୀ ସିଏ,
ମନ ଭୁଲାଇବା ଖାଲି ଅଭିନୟ
ବିଷାଦ କବିତା ଗାଇ……।।୧।।

ଯମୁନା କୂଳରେ କଦମ୍ବ ର ଛାଇ
ରାଇ ଝୁରେ ଏକା ଏକା ,
ବଇଁଶୀ ର ସୁର ବାଟ କାଢିନିଏ
ମେଟାଇ ମନର ଦକା ,
ତଥାପି ଆଖିଟା କାହ୍ନା ପାଦ ଖୋଜେ
ପ୍ରିତୀ ବିନା ବାଟ କାହିଁ……।।୨।।

ସରଗ ହେଉବା ମରତ ର ମାଟି
ସଥୀ ଯେବେ ଧରେ ହାତ ,
ନିରୋଳା ବାଟରେ ମହକନ ବଢେ
ଶେଫାଳୀ ମହକ ଗୀତ ,
ସମୟ ସତେକି ଥମିଯାଏ ଘଡେ
ସତ ଜଣାପଡେ ନାହିଁ……..।।୩।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top