ଏକ କବି ର ମୃତ୍ୟୁ
କବି ମରିଯାଏ ଆପଣା ଛାଏଁ
କଲମ ଗଲେ ଶୁଖି
ଇଚ୍ଛା ମୃତ୍ୟୁ ହେଲେ ଭାବନା ମାନଙ୍କ
ଝଡ ପବନକୁ ଦେଖି ।
ବସନ୍ତ
ଫଗୁଣ ଗଲାଣି ଲେଉଟି କେବେଠୁ
ବସନ୍ତ କୁ ଆନ ମନା ପାଇ
ଝରା ଫୁଲ ସବୁ ଉଡି ତ ଗଲେଣି
ଶୋଇଛି ବାଟ ନଗ୍ନ୍ନ ହୋଇ ।
ପଶ୍ଚିମ ଆକାଶ
ପଶ୍ଚିମ ଆକାଶେ ବାଦଲ ର ସାଥେ
ଦିଶେ ରକ୍ତିମ ଆଭା
ଦିନ ଓ ରାତିର ମିଳନ ବେଳାରେ
ଦେଖି ହୁଏ ସେଇ ଶୋଭା ।
ଧାମ
ଆକାଶରେ ବହ୍ନି ର ଫୁଲଝଡି
ଅଦିନିଆ ଆଲୋକର ମାଳା
ଚାରିଆଡେ ନାମ…
ଅନ୍ତରେ ନଥିଲେ ସେନେହ
ବାସ କରେ ଘୃଣା ଆଉ ମୋହ
ସେଠି କି ଗଢି ହୁଏ ଧାମ ?
ପର-ନିଜର
ନିଜର ନିଜର କହୁଥିବା ଆଖି ସବୁ
କେବେ ଦିଅନ୍ତି କରି ପର
ଜୀବନ କଟିଯାଏ ଚିହ୍ନିବାରେ ଆଖି
କିଏ ପର ଆଉ କେ ନିଜର ।