କବିତା

ଜୀବନ

Bidyutprabha Nayak's odia poem Jeebana

ବୟସ ଆଜି ବି ପଚାରେ ମୋତେ
ହାରିଛି କେତେ ମୁଁ ଜିତିଛି କେତେ
ହରିବାଟା ସିନା କେହି ବି ଜାଣିନି
ହେଲେ ବୟସ ତୁ ତ ଜାଣିଛୁ
ଜିତି ଜିତି ମୁଁ ହାରିଛି କେତେ !

ଜୀବନ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସମୟ ଆଜି ବି ପଚାରେ ମୋତେ
ହସିଛି କେତେ ମୁଁ କାନ୍ଦିଛି କେତେ
କାନ୍ଦିବାଟା ସିନା ଦୁନିଆ ଦେଖିନି
ହେଲେ ସମୟ ତୁ ତ ଦେଖିଛୁ
ହସି ହସି ମୁଁ କାନ୍ଦିଛି କେତେ !

ବୟସ ଆଜି ବି ପଚାରେ ମୋତେ
ହାରିଛି କେତେ ମୁଁ ଜିତିଛି କେତେ
ହରିବାଟା ସିନା କେହି ବି ଜାଣିନି
ହେଲେ ବୟସ ତୁ ତ ଜାଣିଛୁ
ଜିତି ଜିତି ମୁଁ ହାରିଛି କେତେ !

ମୋ ମନ ଆଜି ପଚାରେ ମୋତେ
ପାଇଛି କେତେ ମୁଁ ଦେଇଛି କେତେ
ଦେବା ଟା ସିନା ଦୁନିଆ ଦେଖିନି
ହେଲେ ମନ ତୁ ତ ଜାଣିଛୁ
ଦେଇ ଦେଇ ମୁଁ ପାଇଛି କେତେ !

ଜୀବନ ଆଜି ବି ପଚାରେ ମୋତେ
ବଞ୍ଚିଛି କେତେ ମୁଁ ମରିଚି କେତେ
ବଞ୍ଚିବା ଟା ସିନା ସମୟ ଦେଖିଛି
ହେଲେ ଜୀବନ ତୁ ତ ଜାଣିଛୁ
ବଞ୍ଚି ବଞ୍ଚି ମୁଁ ମରିଚି କେତେ !

2 Comments

2 Comments

  1. Ankita

    April 19, 2017 at 12:08 am

    Very nice poem Bidyut.

  2. ଶ୍ରୀ ବିନୟ ମହାପାତ୍ର

    Binay Mohapatra

    April 17, 2017 at 7:44 pm

    Hrudayasparshi kabita tie

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top