ତୁମର ସୁନ୍ଦରତା
କେଉଁଠି ନାହିଁ ଖୁଣିବାକୁ
ଚନ୍ଦ୍ରଠୁ ସୁନ୍ଦର
ତୁମ ଅଧରର ମଧୁରତା
ମଧୁର ଅମୃତରଠାରୁ
ତୁମ ଦେହର ସୁଗନ୍ଧ
ମୋହକାରୀ ଚନ୍ଦନର ସୁବାସରୁ
ତୁମର ରୂପର ଆଲୋକ
ଘୋଡାଇ ରଖିଛି ତ ମୋତେ
ଆଉ କିଛି ପାଇଲେବି
ପାଇଲେବି ଅଗଣିତ ମୁକ୍ତା
ଖୁସି ହେବି ନାହିଁ ଏତେ ।
ତାଜା ଫୁଲର ସୁବାସ
ମହୁମାଛିକୁ ପାଗଳ ତ କରେ
ଉଡିଆସେ ମହୁ ଚୋଷିବା ପାଇଁକି
ତୁମ ରୂପର ସୁବାସ
ପାଗଳ କରେ ମୋତେ ମହୁମାଛି ଭଳି
ତୁମ ସୁଗନ୍ଧରେ
ଛୁଟି ଆସେ ମୁଁ ତୁମର ପାଖକୁ
ତୁମର ବାହୁରେ ଲୋଟିଯିବା ପାଇଁ
ତୁମ ମୁଖର ସୁବାସ
ତୁମ ଓଠର ମଧୁ
ତୁମର ଉଷୁମ ନିଃଶ୍ୱାସ
ସବୁ କିଛି ମୋତେ କରୁଛି ପାଗଳ
ମହୁମାଛି ଭଳି
ତୁମ ଚାରି ପାଖେ ଘୁରି ମୁଁ ବୁଲେ ।
ଏକ ପାଗଳ ମହୁମାଛିର
ଆଉ କଣ ଆକର୍ଷଣ
ମୂଲ୍ୟହୀନ ସାଗରର ରତ୍ନ
ପଥର, ନାହଁତ ସୁବାସ, ମହକ
ଆଉ କିଛିରେ ମୋର ନାହିଁ ଆକର୍ଷଣ
ତୁମର ବାହୁ
ମୋର ଆକର୍ଷଣ
ତୁମର ସୁଗନ୍ଧ ମୋତେ ପାଗଳ କରୁଛି
କିଛି ଭାବି ମୁଁ ପାରୁନି
ହୋଇଯାଇଛି ମୁଁ ଏକ ମହୁମାଛି
ପାଗଳ ହୋଇଛି ତୁମ ସୁବାସରେ ।