ପ୍ରଥମ ଦେଖାରେ କାହିଁକି କେଜାଣି
ଲାଗିଲ ଅତି ନିଜର
ଲାଗିଲା ଯେମିତି ସମ୍ପର୍କ ଆମର
ପୂର୍ବ ଜନ୍ମ ଜନ୍ମାନ୍ତରର. . . । (୧)
ମୃଗ ନୟନୀ ସେ ଆଖିର ଚାହାଁଣୀ
ନାଲି ଅଧରର ସେ ନିରବତା
କାନେ କାନେ ମୋର କହୁଥିଲା ସତେ
ତୁମେ ମୋ ଚିରଦିନର ନାୟିକା । (୨)
ହୃଦୟର ସ୍ପନ୍ଦନ କିଛି କ୍ଷଣ ପାଇଁ ମୋର
ହୋଇ ଯାଇଥିଲେ ସତେ ସ୍ତବ୍ଦ
ପ୍ରଶ୍ନ ପରେ ପ୍ରଶ୍ନ ଉଙ୍କିମାରୁଥିଲା ମନେ
ମୁଁ ହୋଇପାରିବି ତ ଆପଣାର ? (୩)
ସ୍ମିତହାସ୍ୟ ଦେଇ କରିଲ ନିଜର
କେମିତି ପାରିବି ତୁମକୁ ଭୁଲି
ମୋ ହୃଦୟର ସେଇ ନିବୁଜ କୋଠରୀକୁ
ତୁ ମୋ ଆଗ ମନେ ଦେଲି ଖୋଲି । (୪)
କେତେ ଝଡ଼ଝଞ୍ଜା ବାଧାବିଘ୍ନ ପରେ
ସାଜିଲୁ ଆମେ ଦୁଇ ପ୍ରେମ ପକ୍ଷୀ
କଥା ଦେଲି ଆନି କରିବିନି କେବେ
ଜୀବନେ ମୁଁ ତୁମକୁ ଦୁଃଖୀ । (୫)
