ପ୍ରେମ ତ ଅଟେ ଏ କଅଭୂଲା ମନର ଅନୁଭୂତି
ଯିଏ ବୁଝିଛି ସିଏ ଜାଣେ ତା’ର ସ୍ପନ୍ଦନର ପ୍ରତିମୂର୍ତ୍ତି । ।
ପ୍ରେମର ପ୍ରତିମୁହୂର୍ତ୍ତ ଲାଗେ ଗୋଲାପ ଫୁଲର ସ୍ମୃତି
ତଥାପି ଅସ୍ଥିର ମନମାନେନା ତା ମହତ୍ତ୍ୱର ଗତି । ।
ପ୍ରେମରେ ଥାଏ ନିଜେ ନିଜକୁ ହସେଇବାର ଶକ୍ତି
ଏ ସଂଯୋଗ ଅଟେ ଦୁଇ ଯୁଗଳ ଭରସାର ଭକ୍ତି । ।
ପ୍ରେମ ଜୀବନ ଧାରାର ଏକ ଅଙ୍କାବଙ୍କା ସ୍ରୋତର ଛବି-ପଂକ୍ତି
ସେ କଳ୍ପନା ଚିତ୍ରରେ ଥାଏ ଅସୁମାରୀ ଆଶାର ପ୍ରତିଶୃତି । ।
ପ୍ରେମରେ ଲାଗେ ଦୁନିଆଟା ଏକ ଇନ୍ଦ୍ରଧନୁର ରଙ୍ଗୀନ ସ୍ୱପ୍ନ
ସେ ଆଖିରେ ଅନୁଭବ ହୁଏ ସବୁପ୍ରକାରର ଅଦ୍ଭୁତ୍ତ ପ୍ରଶ୍ନ । ।
ପ୍ରେମ-ନଦୀରେ ଲାଗେ ଜୀବନଟା ଏକ ସମର୍ପଣର ଭାବନା
ସେ ସମ୍ବେଦନା କିନ୍ତୁ ଅଟେ ନିଜ ପ୍ରତିବିମ୍ବର ଆଇନା । ।
ପ୍ରେମରେ ଥାଏ ନିର୍ବାଣ କରିବାର ସମ୍ରାଟ ପରି ରାଜମହଲର କ୍ଷମତା
ସେ ଚିନ୍ତାଧାରାର ସ୍ରୋତ ହିଁ ଆମ ଅପାରମନ-ମନ୍ଦିରର ଦୃଢତା । ।
ପ୍ରେମ ଅଟେ ଜୀବନ ରାସ୍ତାର ସବୁଠୁଁ ସୁନ୍ଦରତମ ଦୃଶ୍ୟ
ତାକୁ ଦେଖି ନ ଅନୁଭବ କରିବାଟାହିଁ ବଡ଼ ଅଦୃଶ୍ୟ । ।
ପ୍ରେମ ନୁହେଁ ଯେ କେବଳ ଦାର୍ଶନିକ ଚିନ୍ତାଧାରାର ଗବେଷଣା
ଇଏତ ଅଟେ ମନଦର୍ପଣର ଏକ ଅନୁଖା ଆତ୍ମାର ପରିଭାଷା । ।
ପ୍ରେମହିଁ ଜୀବନର ଏକ ଅମୂଲ୍ୟ ଦର୍ଶନର ମାନବିକତା !!!
