କବିତା

ପ୍ରେମର ଫଲ୍ଗୁ

Rahas Kumar Behera's odia poem Premara Falgu

କେମିତି ସେ ଆନ୍ତରିକତା ଗଭୀର ରାତିର
ନିଶାସକ୍ତ ମଣିଷର କାମୁକ ପଣିଆ
କ୍ଷତକର ମୋର ରକ୍ତବାହି ଧମନୀ
ସ୍ଥାଣୁତା ଜାବୁଡି ଧରେ ତୁମ ବାହୁବଳେ ।

ପ୍ରେମର ଫଲ୍ଗୁ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ପ୍ରେମର ଫଲ୍ଗୁ
ଭାବନାର ଚୌକସେ
ଆଙ୍କିଛି ସପନ ,ତୁମେ ପରା ସେଇ ମୋ ମନର ସୌଦାଗର
ଆଜି କିଦେଇ ତୋଷିବ ହୃଦୟ ଅବା
ସିନଥିରେ ଭରିବ ଫଗୁଣର ସୁନ୍ଦର ପଳାସ
ଅବିରରେ ଗାଧୋଇବ କାହାଣୀ ମୋହର ।

କେମିତି ସେ ଆନ୍ତରିକତା ଗଭୀର ରାତିର
ନିଶାସକ୍ତ ମଣିଷର କାମୁକ ପଣିଆ
କ୍ଷତକର ମୋର ରକ୍ତବାହି ଧମନୀ
ସ୍ଥାଣୁତା ଜାବୁଡି ଧରେ ତୁମ ବାହୁବଳେ ।

ଆସ ଏବେ ନିରୋଳାରେ
ପୂର୍ବ ଦିଗେ ଅଂଶୁମାନ ବିଛୁରିତକର
ପ୍ରସାରିଦିଅ କରାଗରେ ଆଙ୍କିଦିଏ ଉଷ୍ମତାର କୋମଳ ଚୁମ୍ବନ
ପ୍ରସ୍ପୁଟିତ ଆକାଂକ୍ଷା ମୋ ଲାଜୁକୁଳି କମଳସମ
ହୃଦୟ ପାଖୁଡା ଝୁରେଯେଣୁ
କେଉଁକାଳୁ ଅୟୁତ ଯୁଗରୁ ।

କେମିତିଏ ଅପୂର୍ବ ମିଳନ
ଦୂର ବଳୟରେ କେଉଁ ଏକ ଦୁର୍ବଳ ମୁହୂର୍ତ୍ତେ
କାମୁକ ପଣେ ସୃଷ୍ଟି ଯାହା ଲେଖିଛି ସମ୍ପର୍କର ସଂଜ୍ଞା
ପ୍ରାଚୀ ତଟେ ଚନ୍ଦ୍ରମା ମନେ ନିତି ପ୍ରଫୁଲିତ
ପ୍ରତୀକ୍ଷା ହୋଇଯିବ ଶେଷ
ଅପୂର୍ବ ଏ ଭଲପାଇବା କବକ୍ତ(କଇଁ) କାନିରେ ।

କେଡେ ସୁନ୍ଦର ଆମେ ,ଆମ ଚାରିପାଖ
ଖାଲି ମିଠା ମିଠା ପ୍ରେମର ପତ୍ରାଳାପ
ଈଶ୍ୱର ଧନ୍ୟ , କବିତା ମୋ ଧନ୍ୟ
ଆଙ୍କିଛି କାହାଣୀ ଗୋଟେ ଜନମାନସରେ
ସୁଖ ଦୁଃଖର ମିଳନ ଏ ଅଲୌକିକ/
ଆମାୟିକ ପ୍ରୀତିର ଝଲକ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top