ପ୍ରିୟା ମୋର ଭାରି ଅଳସି
ବର୍ଷା ଆସିଲେ ସେ ନାଲି ଶାଢ଼ୀ ପିନ୍ଧି ହୁଏ ଭାରି ଖୁସି
ତାର ଖୁସି ଦେଖି ସାଧବ ବୋହୂଟି ହସୁ ଥାଏ ଖାଲି ନାଚି
ବର୍ଷା ପାଣି କି ସେ ଦର୍ପଣ କରିଛି ଇନ୍ଦ୍ରଧନୁ କୁ କରି ଓଢ଼ଣୀ
ସାଧବ ବୋହୁକୁ ସିନ୍ଦୁର କରି ସେ ହଉଥାଏ ଭାରୀ ଖୁସି
ମୋ ପ୍ରିୟା ମୋର ଭାରି ଅଳସି ମୋ ପ୍ରିୟା ମୋର ଭାରି ଅଳସି ।।
ପ୍ରିୟା ମୋର ଭାରି ଅଳସି
ଶରତ ଆସିଲେ ତରୁଲତା ହୋଇଥାନ୍ତି ଭାରି ସଜେଇ
କିନ୍ତୁ ମୋଁ ପ୍ରିୟା ରୂପ ଦେଖି ତରୁଲତା ଯାଏ ଳାଜେଇ
ମଳୟ ବୋହିଲେ କାଶତଣ୍ଡି ସଙ୍ଗେ ପ୍ରିୟା ମୋଁ ଗାଏ ଗୀତ
ପ୍ରିୟ ଗୀତ ଶୁଣି କ୍ଷେତ ପାଳଭୁତ ହୋଇଉଠେ ଭାରି ଖୁସି
ମୋ ପ୍ରିୟା ମୋର ଭାରି ଅଳସି ମୋ ପ୍ରିୟା ମୋର ଭାରି ଅଳସି ।।
ପ୍ରିୟା ମୋର ଭାରି ଅଳସି
ହେମନ୍ତ ଆସିଲେ ଦୀପାବଳି ଆସେ କରିବାକୁ ଦୂର ଅନ୍ଧାର
ମୋଁ ପ୍ରିୟା ରାଣୀ କେତେ ଦୀପ ଜାଳେ ମଥା ଦେଇ ନାଲି ଓଢ଼ଣୀ
ନୀତି ରାତିରେ ସପନ ଦେଖଇ ହେବ ସେ କାହାର ରାଣୀ
ଆଈନା ଆଗରେ ବସି ନିଜ ରୂପ ଦେଖି ଲାଜରେ ଦିଏ ସେ ହସି
ମୋ ପ୍ରିୟା ମୋର ଭାରି ଅଳସି ମୋ ପ୍ରିୟା ମୋର ଭାରି ଅଳସି ।।
ପ୍ରିୟା ମୋର ଭାରି ଅଳସି
ଶୀତ ଆସିଲେ ବସି ପଡ଼େ ସେ କାକର କୁ ଚାଦର
ସୂର୍ଯ୍ୟ କିରଣ ସହ ଲୁଚକାଳି ଖେଳେ କୁହୁଡି କରି ନିଜର
କାକର ପାଣିରେ ନିଜ ମୁହଁ ଦେଖି ଲାଜରେ ଦିଏ ସେ ହସି
ମୋ ପ୍ରିୟା ମୋର ଭାରି ଅଳସି ମୋ ପ୍ରିୟା ମୋର ଭାରି ଅଳସି ।।
ପ୍ରିୟା ମୋର ଭାରି ଅଳସି
ବସନ୍ତ ଆସିଲେ ଗୀତ ଗାଏ ସେ କୋଇଲୀ କୁ କରି ସ୍ୱର
ଆମ୍ବ ବଉଳ କୁ ଗଜରା କରେ ସେ ମଳୟ କରେ ସାଥି
ସେ ହେଉ ଥାଏ ଭାରୀ ଖୁସି
ମୋ ପ୍ରିୟା ମୋର ଭାରି ଅଳସି ମୋ ପ୍ରିୟା ମୋର ଭାରି ଅଳସି ।।