ହସିବାର ପ୍ରୟାସ କରି
ଦୁନିଆକୁ ହସର ଲହରୀରେ ତୋଳି ଧର
ହସର ଫଲ୍ଗୁ ଖେଳାଇ
ଜୀବନରୁ ଯେତେ ଦୁଃଖ ଦୂର କର ।
ସପନ ନଉକାରେ ବସି
ସରଗକୁ ଛୁଇଁବାକୁ ଚେଷ୍ଟା କର
ସପନର ରଙ୍ଗ ନେଇ
ମରତକୁ ରଙ୍ଗାୟିତ କର ।
ସମ୍ପର୍କର ମିଠା ରଙ୍ଗ ବୋଳି
ଦୁନିଆକୁ ଅମୃତରେ ଧୋଇ ଦିଅ
ସମ୍ପର୍କକୁ ଦୃଢ଼ କରିବାକୁ
ପ୍ରତିଟି ସଂଯୋଗକୁ ସ୍ଥିର କରିନିଅ ।
ଭଲ ପାଇବାର ସ୍ୱଚ୍ଛତାରେ
ସବୁରିଙ୍କୁ ନିଜର କରିନିଅ
ଭଲ ପାଇବା ଯେ କେତେ ଉଚ୍ଚ
ଏ ଦୁନିଆକୁ ତୁମେ ସୂଚେଇ ଦିଅ ।
ମାନବିକତାର ଧାରେ ଧାରେ
ଜୀବନଟାକୁ ଆଗେଇ ନିଅ
ମାନବିକତାର ତାଳେ ତାଳେ
ବଞ୍ଚିବାର ସ୍ୱରଟାକୁ ଦୃଢ଼ କରିଦିଅ ।
ସକାଳର ଶୁଭ୍ରତାରେ
ମନଖୋଲା ହସ ତୁମେ ପ୍ରତିକ୍ଷଣେ
ସକାଳର ଶୁଭ ଗୁଞ୍ଜନରେ
ମନ ଭରି ସ୍ୱାଦଚାଖ ଜୀବନର ପ୍ରତି ମୁହୂର୍ତ୍ତରେ ।
