କବିତା

ରଜ

Nilamadhab Kar's odia poem Raja

ଓଦା ଓଦା ପବନରେ
ଦୋଳିରେ ଝୁଲିବା ବେଳେ
ଘୁଞ୍ଚି ଆସେ ମେଘ
ଦୂରାଏ ଆକାଶ

ରଜ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସାରା ରାତି ବର୍ଷାରେ ଭିଜିବା ପରେ
ସକାଳର ଫୁଲା ଫୁଲା, ବଥା ବଥା ଦେହ
ଆଉ ଘଡ଼ିଏ ଶୋଇବାକୁ ଇଚ୍ଛା ହୁଏ
ତମରି କୋଳରେ
ହାତକୁ ଗୁଡେଇ ତମ ଅଣ୍ଟା ଚାରିକଡ଼େ

ଓଦା ଓଦା ପବନରେ
ଦୋଳିରେ ଝୁଲିବା ବେଳେ
ଘୁଞ୍ଚି ଆସେ ମେଘ
ଦୂରାଏ ଆକାଶ

ଖେଳିବାକୁ ଇଚ୍ଛା ହୁଏ ଲୁଚକାଳି
ତୁମ ଭାବ ସାଥେ,
ଦୂର ଓ ନିକଟ ହେଇ

ଖସି ପଡ଼ି ମିଛେ ମିଛେ
ଇଚ୍ଛା ହୁଏ କାଦୁଅ ହେବାକୁ
ତମେ ବ୍ୟସ୍ତ ହେବ ବୋଲି
ପଣତରେ ପୋଛି ଦେବ ବୋଲି

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top