କବିତା

ସାଥି

Pratishna Mishra's odia poem Saathi

ମୋହ କି ଜଣା ମୋତେ ଲୋଭ ଅଜଣା
କିବା ତ୍ୟାଗ କିବା ଆଶା ଭରା ଯନ୍ତ୍ରଣା
ଗର୍ବ ଅହଂକାରୁ ଉର୍ଦ୍ଧ୍ଵ ତୁମ ପାଇଁ ଚାତକନା
ଚାଲୁଛି ଚାଲିବି ସାଥି ଏ ଅନ୍ତହୀନ ପଥେ

ସାଥି
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସପନେ ସପନେ ତୁମ ଭାବ ଆଲୋଡନେ
ଛାଇ ଆଲୁଅ ଘେରା ଏମିଛ ଜୀବନେ
ଆଶାର ପ୍ରଦିପ ହୋଇ ଅବା ମରୁଚିକା ହରିଣ
‌ଚାଲୁଛି ଚାଲିବି ସାଥି ଏଅନ୍ତହୀନ ପଥେ
ସାଥି ତୁମ ସାଥେ
ସାଥି ତୁମ ସାଥେ

ଜଣାନାହିଁ ଆଦ୍ୟପଥନ୍ତ ବି ଅଜଣା
ସଂସାର କି ଜଣା ଶ୍ମଶାନ ଭୂମି ଅଜଣା
ତୁମ ଅବସ୍ଥିତି ବଦଳେ ସବୁ ଅଜଣା
ଚାଲୁଛି ଚାଲିବି ସାଥି ଏଅନ୍ତହୀନ ପଥେ
ସାଥି ତୁମ ସାଥେ
ସାଥି ତୁମ ସାଥେ

ମୋହ କି ଜଣା ମୋତେ ଲୋଭ ଅଜଣା
କିବା ତ୍ୟାଗ କିବା ଆଶା ଭରା ଯନ୍ତ୍ରଣା
ଗର୍ବ ଅହଂକାରୁ ଉର୍ଦ୍ଧ୍ଵ ତୁମ ପାଇଁ ଚାତକନା
ଚାଲୁଛି ଚାଲିବି ସାଥି ଏ ଅନ୍ତହୀନ ପଥେ
ସାଥି ତୁମ ସାଥେ
ସାଥି ତୁମ ସାଥେ

ଲୁହ ଭିଜା ରାତି ଅବା ଅସୀମ ଆକାଶ କାନ୍ଦଣା
ସହି ଘାତପ୍ରତିଘାତ ଅବା ଦୁନିଆ ଲାଞ୍ଛନା
କୋହଭରା ହୃଦୁ ବୁକୁଚିରି ହସିଦିଏ କାନ୍ଦଣା
ଚାଲୁଛି ଚାଲିବି ସାଥି ଏ ଅନ୍ତହୀନ ପଥେ
ସାଥି ତୁମ ସାଥେ
ସାଥି ତୁମ ସାଥେ

ଆସ ଫେରିଥରେ ବାରେ ତୁମେ ଛାଡ଼ି ଯାଅନା
ଅଶ୍ରୁଳ ନୟନେ ନଦିଅ ତୁମେ ଆଉ ପ୍ରତାରଣା
ବିନୁ ତୁମ ଅଲୋଡା ସବୁ ନୁହେଁ ଏ ମିଛ ବାହାନା
ଚାଲୁଛି ଚାଲିବି ସାଥି ଏ ଅନ୍ତହୀନପଥେ
ସାଥି ତୁମ ସାଥେ
ସାଥି ତୁମ ସାଥେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top