କବିତା

ଅନୁମତି ଦିଅ

Saswati Pati's odia poem Anumati Dia

ମନ ଏକ କରିବା ବୋଲି ପରା ଶପଥ ନେଇଛେ
ହାତ ଛାଡିବିନି ତୁମର,
ଆଗ ତୁମେ, ଦୁନିଆ ମୋ ପାଇଁ ପଛେ ।

ଅନୁମତି ଦିଅ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଆଜି ଅନୁମତି ଦିଅ
ତୁମ ହାତ ଧରି ଟିକେ
ନେଇଯାଏ ମୋ ପ୍ରେମର ଦୁନିଆକୁ
ଯାହା ମୁଁ ତୁମ ପାଇଁ ତିଆରି କରିଛି ।

ତୁମକୁ ବସେଇ ଦିଏ ମୋ ମନର ସେ ସୁନ୍ଦର ଅସନରରେ
ଯାହା ଖାଲି ତୁମ ପାଇଁ ଖାଲି ପଡ଼ିଛି
ତୁମ ମନର ସେ କାଚ ଆଲମାରୀଟିକୁ
ଝାଡି ଝୁଡ଼ି ଟିକେ ସଜାଡି ଦିଏ ।

ଯାହା ସବୁ ଭୁଲ୍ ଧାରଣା ପ୍ରେମ ପାଇଁ ରଖିଚ
ତାକୁ ଟିକେ ସଜାଡି ଦିଏ।

ତୁମ ମନର ସେ ଭଙ୍ଗା କାଚ ଖଣ୍ଡଟିକୁ
ଆଉ ଥରେ ଯୋଡ଼ି ଦିଏ।

ଜାଣିଛି ଦାଗ ଆଉ ଲିଭିବନି
ମୋ ଆଡେ ଦେଖ ପ୍ରୀତିର ଅଠା
ଥରେ ଲଗାଇଦିଏ ।

ସେ କାଚ ଘର ତ ଏବେ ଠୁ ମୋର
ଭଙ୍ଗା ହଉ କି ଯୋଡ଼ା
ଏ ଜୀବନ ତ ଏବେ ଆମର।

ମନ ଏକ କରିବା ବୋଲି ପରା ଶପଥ ନେଇଛେ
ହାତ ଛାଡିବିନି ତୁମର,
ଆଗ ତୁମେ, ଦୁନିଆ ମୋ ପାଇଁ ପଛେ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top