ମାନଚିତ୍ର ପଟେ ସତେକି ରହିବ ଟିଟିଲା ଗଡ଼ର ନାଁ?
ଖରାଦିନେ ଖାଲି ମନେପଡ଼ିଯାଏ ସରଗୁ ଖସିଲେ ନିଆଁ
ୠତୁ ବଦଳିଲେ ଭୁଲିଯାନ୍ତି ସବୁ ଅନୋଖା ତାତିର ମାଡ଼
ନେତା ପ୍ରଶାସନ ଏସି କୋଠରୀରୁ ମାରନ୍ତି ଶବଦ ତୋଡ଼
ସୁନ୍ଦରଗଡ ଟା ରେକଡ଼ ଭାଙ୍ଗିଲା ଛୟାଳିସ୍ ପାରା ଡ଼େଇଁ
ପରିବେଶ ଚିନ୍ତା ନାମକୁ ମାତର ଗହ୍ମାଁପୁନେଇଁରେ ମାଇଁ
ସତରକ ଘଣ୍ଟି,ଏ’ତାପ ମାତରା ଆଗକୁ ବି ମାସେ ଅଛି
ବାକିଦିନ ସବୁ କେମିତି କଟିବ ଭାବିି ମୁଣ୍ଡ ବୁଲାଉଛି
ଲକ୍ଷ ଲକ୍ଷ ଗଛ ନିଇତି କାଟୁଛୁ ଉନ୍ନତିର ଆଢ଼ୁଆଳେ
ପରିବେଶ କଥା ମନେ ପଡ଼ୁ ନାହିଁ ଦିନୁଦିନ ଯାଏ ତଳେ
ମାନବ ପ୍ରଜାତି ପାଇଁ ନୁହେଁ ତାତି ପଚାଶକୁ କମ ଦୁଇ
ଏଇମିତି ଯଦି ସାଧିବା ଉନ୍ନତି ଅଦିନେ ଜଳିବ ଜୁଇ
ପରିବେଶ ପ୍ରତି ଅବିଚାର ହେଲେ ଯୋଜନାକୁ କର ପଣ୍ଡ
ଜଙ୍ଗଲ ସୁରକ୍ଷା ତୁମର ଦାୟିତ୍ୱ ନ୍ୟାୟ କରି ଦିଅ ଦଣ୍ଡ
ଭୂମି ଜଳ ସ୍ତର ଖସୁଛି ତଳକୁ କୂଅ ପୋଖରୀ ଶୁଖିଲା
ପଶୁ ପକ୍ଷୀ ସବୁ ଡ଼ହଳ ବିକଳ ପାଣି ବିନା ବୁଡ଼େ ଭେଳା
ନଦୀ ନାଳ କଥା କହିଲେ ନସରେ ସରୁସରୁ ଧାର ବହେ
ପ୍ରକୃତି ରାଣୀ କି ଗଡାଉଛି ଲୁହ ଋକ୍ଷାକର ଡ଼ାକି କହେ
ସରକାର ନିଦ ଭାଙ୍ଗନ୍ତୁ ଏଥର ସେବା ଧରମକୁ ପାଳି
ପ୍ରଥମ ବିଚାରେ ପରିବେଶ ଆସୁ ସ୍ୱାଗତ ଦ୍ୱୀପାଳି ଜାଳି
ଛୋଟିଆ ମନସା ପଛେ ଧାଇଁଧାଇଁ ଆମର ଆଜି ଏ’ଦଶା
ପ୍ରକୃତି ରାଣୀ କୁ ତିରସ୍କାର କରି ଧ୍ୱଂସ ମୁଖରେ ଓଡ଼ିଶା
ଭାଷା ପାଇଁ ଲଢ଼ି ଓଡ଼ିଶା ଭୁଲିଲେ ଓଡ଼ିଆ କିଏ କହିବ?
ଭାଷା ଜାତି ପାଇଁ ଏକାଠି ଲଢ଼ିଲେ ଓଡ଼ିଶା ସମୃଦ୍ଧ ହେବ

Biranchi N Acharya
May 26, 2016 at 10:22 am
Very good. At least clean Odia poems now being written by people. Keep it up Bidyadhar.
surendra roul
May 26, 2016 at 10:11 am
great innovative writing, leaders should come forward to work to save Titilagad- & more over Odisha as well doing something in afforesting critical areas