କବିତା

ଶୀତୁଆ ସକାଳ

ନାନା ପ୍ରଜାତିର ପତଙ୍ଗ ସହିତ
ଭ୍ରମର ଦିଅନ୍ତି ଝିଣି

ଶୀତୁଆ ସକାଳ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଶୀତୁଆ ସକାଳ କଅଁଳ ଖରାରେ
ସୋରିଷ ଫୁଲର କ୍ଷେତ
ମନ ଉପବନେ ଆନ୍ଦୋଳିତ ହୁଏ
ଦେଖି ହୁଏ ବିମୋହିତ

ହଳଦୀ ବସନ୍ତ ରଙ୍ଗରେ ସଜ୍ଜିତ
ସୌନ୍ଦର୍ଯ୍ୟ ପଣତେ ଧରା
ଶୀତ ସକାଳର ଶିଶିର ଟୋପାକୁ
ଇର୍ଷା କରେ ସଜ ଖରା

ନାନା ପ୍ରଜାତିର ପତଙ୍ଗ ସହିତ
ଭ୍ରମର ଦିଅନ୍ତି ଝିଣି
ତଟ ପାର୍ଶ୍ୱର ଷେ ଥୁଣ୍ଟା ବରଗଛେ
କାକଳି ଗାଏ ରାଗିଣୀ

କୋହଲା ପବନ ଦୋହଲା ଜଡରେ
ଗୁଣୁ ଗୁଣୁ ଦିଏ ଗାଈ
ସୋରିଷ ଫୁଲର ହଳଦିଆ କ୍ଷେତ
କ୍ଷେତପ୍ପୋରେ ଚାଷି ଭାଇ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top